
ଲକ୍ଷ୍ନୌ:ଉତ୍ତରପ୍ରଦେଶର ଚର୍ଚ୍ଚିତ ଆଇଏଏସ୍ ଅଫିସର ବି.ଚନ୍ଦ୍ରକଳାଙ୍କ ବାସଭବନରେ ସିବିଆଇ ଚଢ଼ାଉ। ସମାଜବାଦୀ ପାର୍ଟି ସରକାର ବେଳେ ହୋଇଥିବା ବେଆଇନ୍ ବାଲି ଖନନ ଓ ଖଣି ଖନନ ଦୁର୍ନୀତି ମାମଲାରେ ଏହି ଚଢ଼ାଉ ହୋଇଛି। ବି.ଚନ୍ଦ୍ରକଳାଙ୍କ ଲକ୍ଷ୍ନୌସ୍ଥିତ ବାଷଭବନ ସମେତ ୧୨ଟି ସ୍ଥାନରେ ଏହି ରେଡ୍ କରାଯାଇଛି। ତେବେ ଏହି ଚଢ଼ାଉ ବେଳେ ବିଭିନ୍ନ ଅନିୟମିତତା ହୋଇଥିବା ଜଣାପଡ଼ିଛି।
ଏଥିସହ କେତେକ ଠିକାଦାରଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ସମାଜବାଦୀ ପାର୍ଟି ସରକାର ବେଳେ ହୋଇଥିବା ହୋଇଥିବା ଏହି ବେଆଇନ୍ ଖନନ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ତଦନ୍ତ କରୁଛି। ଏହି ମାମଲାରେ ସିବିଆଇ ୫ଟି ଏତଲା ରୁଜୁ କରିଛି। ମୁଖ୍ୟତଃ ବାନ୍ଦା, ହମିରପୁର, ବୁଲନ୍ଦ ସହର ଆଦି ଜିଲ୍ଲାରେ ହୋଇଥିବା ଅନିୟମିତତା ନେଇ ତଦନ୍ତ କରାଯାଉଛି।
ସିବିଆଇ ଅଧିକାରୀ କହିଛନ୍ତି ଯେ, ଯାଞ୍ଚ ସୂରୁ ମିଲିଥିବା ତଥ୍ୟ ଅନୁଯାୟୀ କେତେକ ଜିଲ୍ଲାରେ ମନ ଇଚ୍ଛା ଖଣି ଖନନ ହୋଇଛି ଏବଂ ଖନନ ପାଇଁ ପଟ୍ଟା ଦିଆଯାଇଛି। ମୁଖ୍ୟତଃ ହମିରପୁର ଜିଲ୍ଲାରେ ସର୍ବାଧିକ ବେଆଇନ୍ ଖନନ ହୋଇଥିବା ଜଣାପଡ଼ିଛି। ସିବିଆଇ ଆଜି ସକାଳ ୭ଟା ବେଳେ ଲକ୍ଷ୍ନୌର ଆଇଏଏସ୍ ଚନ୍ଦ୍ରକଳାଙ୍କ ସରକାରୀ ବାଷଭବନ ପ୍ଲଟ ନଂ-୧୦୧ରେ ଚଢାଉ କରିଥିଲା।
from Odisha Reporter http://bit.ly/2LU4VA7
No comments:
Post a Comment