
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅଭିନେତ୍ରୀ ତଥା ଉପସ୍ଥାପିକା ଏଲି ପାଢୀଙ୍କ ବାହାଘର। ପିଲା ଦିନର ବନ୍ଧୁ ଶ୍ରୀମୟ କୁମାର ପଣ୍ଡାଙ୍କୁ ଏଲି ପ୍ରେମ ବିବାହ କରିବାକୁ ଯାଉଛନ୍ତି। ଶ୍ରୀମୟ ଜଣେ ବ୍ୟବସାୟୀ। ‘ତାଜା ଖବର’, ‘ଷୋହଳ ପୂରି ସତର ହେବ’ ଆଦି ଆଲବମ୍ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି ‘ଫିଅର ଅଫ୍ ଦ ଇୟର’ ସିନେମାରେ ଲିଡ୍ ରୋଲ୍ରେ ନଜର ଆସିଥିଲେ।
ଏଥିସହ ‘ତୁଳସୀ’, ‘ସିନ୍ଦୁର’, ‘ଅପା’, ‘ବଧୂ’, ‘ଅବୁଝା ମନ’, ‘ଟୁପୁର୍ ଟାପର’ ସିରିଏଲ୍ରେ ମଧ୍ୟ ତାଙ୍କ ଅଭିନୟର ଝଲକ୍ ଦେଖିବାକୁ ମିଳିଥିଲା। ଏହାଛଡା ଏଲି ଅନେକ ଟିଭି ଶୋ’ର ଉପସ୍ଥାପିକା ମଧ୍ୟ ରହିଛନ୍ତି।
ପୂର୍ବରୁ ଏଲିଙ୍କ ମେହେନ୍ଦି ସମୟର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

from Odisha Reporter http://bit.ly/2FWJVYB
No comments:
Post a Comment