
ନୂଆଦଲ୍ଲୀ: ବିଜେପିର ଅନ୍ୟତମ ପ୍ରତିଷ୍ଠାତା ଏଲ୍କେ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ କି? ସେମାନଙ୍କ ବୟସ ୭୫ ଉପରକୁ ହୋଇଯାଇଥିବାରୁ କ’ଣ ବିଜେପି ଏମାନଙ୍କୁ ଆସନ୍ତା ମେ’ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବ କି? ଏନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ତେବେ ଏହି ଦୁଇ ବରିଷ୍ଠ ନେତା ଇଚ୍ଛା କଲେ ନିର୍ବାଚନ ଲଢ଼ିପାରିବେ। କିନ୍ତୁ ଏମାନଙ୍କ ବୟସ ୭୫ ବର୍ଷରୁ ଅଧିକ ହୋଇଥିବାରୁ ଏମାନଙ୍କୁ କୌଣସି ମନ୍ତ୍ରୀ ପଦ ମିଳିବ ନାହିଁ ବୋଲି ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଶ୍ରୀ ଆଡ଼ଭାନୀ ୨୦୧୪ ସାଧାରଣ ନିର୍ବାଚନରେ ଗାନ୍ଧିନଗର ଆସନରୁ ଲଢ଼ିଥିଲେ ଏବଂ ବିଜୟ ମଧ୍ୟ ହୋଇଥିଲେ। ସେହିପରି ମୁରଲୀ ମନୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାରାଣସୀ ଆସନ ଛାଡ଼ିଥିଲେ ହେଁ କାନପୁର ଲୋକସଭା ଆସନରୁ ଜିତିଥିଲେ। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କ ଉପରେ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ କୌଣସି ରୋକ ଲାଗିନାହିଁ। କିନ୍ତୁ ଏମାନେ ଜିତିଲେ ବୟସ ଦୃଷ୍ଟିରୁ ଏମାନଙ୍କୁ ମନ୍ତ୍ରୀ ପଦ ମିଳିବ ନାହିଁ ବୋଲି ନିୟମ ରହିଛି।
ଏହି ବୟାନ ପରେ ଉଭୟ ନେତାଙ୍କୁ ଦଳ ପରୋକ୍ଷରେ ନିର୍ବାଚନ ନ ଲଢ଼ିବାକୁ କହୁଥିବା ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।
ପୂର୍ବରୁ ବିଜେପିର ଦୁଇ ମହିଳା ହେଭିୱେଟ୍ ସୁଷମା ସ୍ୱରାଜ ଓ ଉମା ଭାରତୀୟ ୨୦୧୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଏମାନେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏବେ ୯୧ ବର୍ଷୀୟ ଆଡ଼ଭାନୀ ଓ ୮୪ ବର୍ଷୀୟ ଯୋଶୀ ଯଦି ନଲଢ଼ିବେ, ତା’ହେଲେ ଦଳ ନିଶ୍ଚିତ ଭାବେ ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି। ସେହିପରି ଏହି ଦୁଇ ନେତା ଏଥର ନିର୍ବାଚନ ଲଢ଼ିବେ କି ନାହିଁ, ସେ ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଯୋଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ପାର୍ଟି ଯାହା କହିବ, ସେହି ଅନୁସାରେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।
୨୦୧୪ରେ ଶ୍ରୀ ଆଡ଼ଭାନୀ ଓ ଯୋଶୀଙ୍କ ସମେତ ଶନ୍ତ କୁମାର ଓ ବିସି ଖାନ୍ଧୁରି ନିର୍ବାଚନ ଜିତିଥିଲେ। ହେଲେ ଏମାନଙ୍କୁ ମୋଦି ସରକାରରେ କୌଣସି ବଡ଼ ପଦପଦବୀ ମିଳି ନଥିଲା। ସେହିପରି ବିଜେପି କେବଳ ଶ୍ରୀ ଆଡ଼ଭାନୀ, ଶ୍ରୀ ଯୋଶୀ ଓ ଅଟ୍ଟଳ ବିହାରୀ ବାଜପେୟୀଙ୍କୁ ଏକ ମାର୍ଗଦର୍ଶକ କମିଟି ଗଠନ କରାଯାଇଥିଲା। ହେଲେ ଏହି ୪ ବର୍ଷ ମଧ୍ୟରେ ଏହି କମିଟିର ବୈଠକ କେବେ ବସି ନଥିଲା।
ପ୍ରଥମେ ଆଡ଼ଭାନୀଙ୍କୁ ଲୋକସଭା ବାଚସ୍ପତି କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରେ ଏହି ପଦ ପାଇଁ ସୁମିତ୍ରା ମହାଜନକୁ ଚୟନ କରାଯାଇଥିଲା।
from Odisha Reporter http://bit.ly/2FO6fV1
No comments:
Post a Comment