ନିଜ ବିଷୟରେ ଏହି କଥା ଶୁଣିବାକୁ ଭଲ ପାଆନ୍ତି ଐଶ୍ୱର୍ଯ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ନିଜ ବିଷୟରେ ଏହି କଥା ଶୁଣିବାକୁ ଭଲ ପାଆନ୍ତି ଐଶ୍ୱର୍ଯ୍ୟା

ମୁମ୍ୱାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଏପରି ଜଣେ ଅଭିନେତ୍ରୀ ଯିଏ ନିଜ ପର୍ସନାଲ୍‌ ଓ ପ୍ରଫେସ୍‌ନାଲ୍‌ ଲାଇଫ୍‌ରେ ତାଳମେଳ ରଖି କାର୍ଯ୍ୟ କରନ୍ତି। ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥାଏ, ଯେଉଁମାନେ ବିବାହ ପରେ ଫିଲ୍ମରୁ ଦୂରେଇ ଯାଇଥା’ନ୍ତି, ଫଳରେ ଧିରେ ଧିରେ ସେମାନଙ୍କ ପ୍ରଫେସ୍‌ନାଲ୍‌ ଲାଇଫ୍‌ ଶେଷ ହୋଇ ଯାଇଥାଏ। କିନ୍ତୁ ଐଶ୍‌ ଏଥିରୁ ସ୍ୱତନ୍ତ୍ର।

ଐଶ୍‌ ବିବାହ ପରେ ଫିଲ୍ମରେ କାମ କରିବା ସହ ଝିଅ ଆରାଧ୍ୟାର ଭଲ ଭାବରେ ଦେଖାଶୁଣା ମଧ୍ୟ କରୁଛନ୍ତି। ନିକଟରେ ଏକ ଇଣ୍ଟର୍‌ଭ୍ୟୁରେ ଐଶ୍ୱର୍ଯ୍ୟା ନିଜ ମାତୃତ୍ୱକୁ ନେଇ ମନ କଥା ଖୋଲି କହିଛନ୍ତି।

ଏଥିରେ ଐଶ୍‌ଙ୍କୁ ‘ସୁପର୍‌ ମମ୍‌’ ବୋଲି ସମ୍ବୋଧନ କରାଯିବାରୁ ସେ ଖୁବ୍‌ ଖୁସି ହୋଇ ଯାଇଥିଲେ ଏବଂ ଏହା ତାଙ୍କ ପାଇଁ ସବୁଠାରୁ ବେଷ୍ଟ୍‌ କମ୍ପ୍‌ଲିମେଣ୍ଟ୍‌ ବୋଲି କହିଥିଲେ। ଐଶ୍ୱର୍ଯ୍ୟା କହିଥିଲେ, “ଏହା ମୋ ପାଇଁ ଜୀବନର ଏକ ଅନ୍‌କଣ୍ଡିସନାଲ୍‌ ଏକ୍ସପେରିମେଣ୍ଟ୍‌। ମୁଁ ଏହାକୁ ଡିଫାଇନ୍‌ କରିବା ପାଇଁ ଚାହିଁବି ନାହିଁ। ମୁଁ କେବଳ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଏହା ମୋ ବିଷୟରେ ସବୁଠାରୁ ଭଲ କଥା, ଯାହା ମୁଁ ସବୁବେଳେ ଶୁଣିବାକୁ ଚାହୁଁଛି।“

ଐଶ୍ୱର୍ଯ୍ୟା ଆହୁରି ମଧ୍ୟ କହିଥିଲେ, “ଅନେକ ଅଭିନେତ୍ରୀ ନିଜର ଗର୍ଭାବସ୍ଥାକୁ ଲୁଚାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ମୁଁ ସର୍ବଦା ଫ୍ରଣ୍ଟ୍‌ଲାଇନ୍‌ରେ ଥିଲି ଏବଂ କୌଣସି ଜିନିଷ ଲୁଚାଇବା ପାଇଁ ଚେଷ୍ଟା କରି ନ ଥିଲି। କେବଳ ନିଜର ଗର୍ଭଧାରଣ ନୁହେଁ, ଏପରି ଅନେକ କଥା ରହିଛି ଯାହା ମୁଁ ସମସ୍ତଙ୍କୁ ଜଣାଇବା ପାଇଁ ଚେଷ୍ଟା କରିଛି।”



from Odisha Reporter http://bit.ly/2CXhyYu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages