ପାଠ ପଢ଼ାଇବା ପାଇଁ ପାହାଡ଼ ଚଢ଼ୁଛନ୍ତି ଶିକ୍ଷୟିତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ପାଠ ପଢ଼ାଇବା ପାଇଁ ପାହାଡ଼ ଚଢ଼ୁଛନ୍ତି ଶିକ୍ଷୟିତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଭାରତୀୟ ସଂସ୍କୃତିରେ ଗୁରୁ ଓ ଶିଷ୍ୟର ପରମ୍ପରା ମହାନ୍‌। ଅଜ୍ଞାନର ଅନ୍ଧାରକୁ ଦୂର କରି ଯିଏ ଆଲୋକର ପଥ ଆବିଷ୍କାର କରିଥାଏ, ସେ ହିଁ ଗୁରୁ। ଶିଷ୍ୟଙ୍କୁ ଲକ୍ଷ୍ୟପଥ ବାଛିବାରେ ଉଚିତ୍‌ ମାର୍ଗଦର୍ଶନ ଦେଇଥାନ୍ତି ଗୁରୁ। ତ୍ୟାଗ ଓ ବଳିଦାନର ନିଦର୍ଶନ ବହନ କରି ଆସିଥିବା ଏହି ଗୁରୁ-ଶିଷ୍ୟ ସମ୍ପର୍କ ଏବେ କେବଳ ସ୍ୱାର୍ଥ ସର୍ବଶ୍ୱ ହୋଇଯାଇଛି।

ତଥାପି ପ୍ରାଚୀନ ପରମ୍ପରା ସମ୍ପୂର୍ଣ୍ଣ ଲୋପ୍‌ ପାଇନାହିଁ। ଆଜିର ସମାଜରେ ଏମିତି କିଛି ନିଃସ୍ୱାର୍ଥପର ଗୁରୁ ଅଛନ୍ତି ଯିଏ ନିଜ ଶିଷ୍ୟଙ୍କ ସୁଗମ ଭବିଷ୍ୟତ ପାଇଁ ନିଜେ କଣ୍ଟକିତ ପଥକୁ ଆପଣାଇ ନିଅନ୍ତି। ଆଉ ସେମିତି ଜଣେ ମହାନ ଓ ଆଦର୍ଶ ଗୁରୁ ହେଉଛନ୍ତି। କେ.ଆର୍‌ ଉଷାକୁମାରୀ। କେରଳର ଏହି ଶିକ୍ଷୟତତ୍ରୀ ଜଣକ ନିଜ ପିଲାଙ୍କ ଶିକ୍ଷା ପାଇଁ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ସବୁ ସବୁ ଅସମର୍ଥକୁ ସମର୍ଥ କରି ପିଲାଙ୍କୁ ଶିକ୍ଷାର ଅଲୋକ ପ୍ରଦାନ କରି ଚାଲୁଛନ୍ତି ଉଷାକୁମାରୀ।

କେରଳର ଥିରୁଭନନ୍ତପୁରମ୍‌ ଜିଲ୍ଲାରେ ଥିବା ଅମ୍ୱୁରୀ ଗାଁରେ ରୁହନ୍ତି ଉଷାକୁମାରୀ। ଉଷାକୁମାରୀ ହେଉଛନ୍ତି ଥିରୁଭନନ୍ତପୁରମ୍‌ରେ ଥିବା ଆଦିବାସୀ ଅଞ୍ଚଳର ଜଣେ ମାତ୍ର ଶିକ୍ଷୟିତ୍ରୀ। ୧୯୯୯ ମସିହାରେ ସେ ଏହି ପଦବୀରେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ। ସେ ପଢ଼ାଉଥିବା ସ୍କୁଲ୍‌ର ନାମ ହେଉଛି, ଅଗସ୍ତ୍ୟ ଇଗା ଅଧ୍ୟାପକ ବିଦ୍ୟାଳୟ।

ଏହି ସ୍କୁଲ୍‌ଟି କେରଳର ଅଗସ୍ତ୍ୟୟାର୍‌କୁଦମ୍‌ ପାହାଡ଼ ଉପରେ ଅବସ୍ଥିତ। ଯେଉଁଠିକୁ ଯିବା ପାଇଁ ୧୮୬୮ମିଟର ଅତିକ୍ରମ କରିବାକୁ ପଡ଼ିଥାଏ। ବଣପାହାଡ଼ଘେରା ଅଞ୍ଚଳ ହୋଇଥିବାରୁ ଏହି ସ୍କୁଲ୍‌ରେ ପହଞ୍ଚିବା ପାଇଁ ରାସ୍ତାଘାଟର ସୁବିଧା ନାହିଁ। ପ୍ରତିଦିନ ନେୟାର୍‌ ୱାଇଲଡ୍‌ଲାଇଫ୍‌ ସେଞ୍ଚୁରୀ ଅତିକ୍ରମ କରି ସ୍କୁଲ୍‌ରେ ପହଞ୍ଚିବାକୁ ପଡ଼ିଥାଏ। ନଦୀ, ପାହାଡ଼ ଜଙ୍ଗଲକୁ ଦେଇ ଯିବା ସମୟରେ ବନ୍ୟ ଯନ୍ତୁଙ୍କ ଭୟ ରହିଥାଏ।

କିନ୍ତୁ ଏସବୁକୁ ଖାତିର୍‌ ନ କରି ଉଷାକୁମାରୀ ପ୍ରତିଦିନ ସ୍କୁଲ୍‌କୁ ଆଦିବାସୀ ପିଲାଙ୍କୁ ପଢ଼ାଇବାକୁ ଯାଇଥାନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେହି ସ୍କୁଲ୍‌ରେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ମାତ୍ର ୧୪ ଜଣ ଛାତ୍ର ଅଛନ୍ତି। ଯେଉଁମାନଙ୍କୁ ଉଷାକୁମାରୀ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ସବୁ ବିଷୟ ପଢ଼ାଇଥାନ୍ତି।
ଏଥିପାଇଁ ଉଷାକୁମାରୀ ପ୍ରତିଦିନ ସକାଳ ୭ଟା୩୦ରୁ ସ୍କୁଲ୍‌ରେ ପହଞ୍ଚିବା ପାଇଁ ନିଜର ଯାତ୍ରା ଆରମ୍ଭ କରିଥାନ୍ତି।

ବାଇକ୍‌ରେ କିଛି ବାଟ ଯିବା ପରେ ବୋଟ୍‌ ଓ ଲଙ୍ଗ୍‌ ଟ୍ରାକ୍‌ ଯୋଗେ ହାତରେ ବାଡ଼ି ଧରି ନଦୀ ଓ ଭୟଙ୍କର ଜଙ୍ଗଲ ଅତିକ୍ରମ କରି ସ୍କୁଲ୍‌ରେ ପହଞ୍ଚିଥାନ୍ତି।
ସେଠାରେ ଥିବା କାନ୍ନି ଆଦିବାସୀଙ୍କର ଏହି ସ୍କୁଲ୍‌ଟି କୁନ୍ନାଥୁମାଲାରେ ରହିଛି। ଦୁଇ ଘଣ୍ଟାର ଯାତ୍ରା କରି ଅନେକ ଭୟାନକ ରାସ୍ତା ଅତିକ୍ରମ କରିବା ପରେ ମଧ୍ୟ ଉଷାକୁମାରୀ ୧୬ ବର୍ଷ ମଧ୍ୟରେ ସ୍କୁଲରେ କେବେ ହେଲେ ବିଳମ୍ୱରେ ପହଞ୍ଚି ନାହାନ୍ତି।

ସେ କେବଳ ଶିକ୍ଷୟିତ୍ରୀ ନୁହଁନ୍ତି, ପିଲାମାନଙ୍କର ଓ ସ୍କୁଲ୍‌ର ଯତ୍ନ ମଧ୍ୟ ନେଇଥାନ୍ତି। ପିଲାମାନେ ମଧ୍ୟାହ୍ନ ଭୋଜନରେ କିପରି ଉପଯୁକ୍ତ ନ୍ୟୁଟ୍ରିସନ୍‌ ପାଇବେ,ସେଥିପାଇଁ ସେ ଅଣ୍ଡା ଓ କ୍ଷୀର ସମସ୍ତଙ୍କୁ ଦେଇଥାନ୍ତି।
ତାଙ୍କର ଅନୁପସ୍ଥିତି ଜଣେ କେୟାର୍‌ ଟେକର୍‌ ପିଲାମାନଙ୍କର ଯତ୍ନ ନେଇଥାଏ।

ଉଷାକୁମାରୀ କୁହନ୍ତି, “ସେ ତାଙ୍କର ଏହି କାର୍ଯ୍ୟକୁ ଏକ ଚ୍ୟାଲେଞ୍ଜ୍‌ ଭାବରେ ଗ୍ରହଣ କରିଛନ୍ତି। ପ୍ରତିମାସର ବେତନ ପାଇବା ପରେ ମଧ୍ୟ ପିଲାମାନଙ୍କୁ ଉପଯୁକ୍ତ ଆହାର ଦେବା ପାଇଁ ଅନେକ ସମୟରେ ତାଙ୍କୁ ନିଜ ପକେଟ୍‌ରୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ବର୍ତ୍ତମାନ ସ୍କୁଲ୍‌ରେ ଛାତ ଘର ନୂଆ ହୋଇଛି। କିନ୍ତୁ ଏହା ପୂର୍ବରୁ ସେ ଗଛ ତଳେ ଓ ପଥର ଉପରେ ପିଲାଙ୍କୁ ବସାଇ ପାଠ ପଢ଼ାଉଥିଲେ।“

ଉଷାକୁମାରୀଙ୍କର ଏହି ସାହସପୂର୍ଣ୍ଣ କାର୍ଯ୍ୟ ପାଇଁ Kerala Association for Nonformal Education and Development,(KANFED) ପକ୍ଷରୁ ପ୍ରଶଂସା ଓ ସମ୍ମାନିତ କରାଯାଇଛି।
ଉଷାକୁମାରୀ କୁହନ୍ତି, “ଯେତେବେଳେ ତାଙ୍କର ଛାତ୍ର ଉଡୁଥିବା ଫୁଲ ପରି ଗ୍ରାଜୁଏସନ୍‌ ଡିଗ୍ରୀ ହାସଲ କରିବେ ଓ ନିଜର କ୍ୟାରିୟର୍‌ ଗଢ଼ିବେ, ଏହା ହିଁ ତାଙ୍କ ପାଇଁ ହେବ ପ୍ରକୃତ ସମ୍ମାନ।”



from Odisha Reporter http://bit.ly/2TDYAeX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages