
ସୁନ୍ଦରଗଡ଼(ବିଜୟ ବରୁଆ): ହାତୀ ଭାଙ୍ଗି ଦେଲା ଘର। ଆଉ ଘରର କାନ୍ଥ ପଡ଼ି ଯିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ୍ ଜାମତଲିଆ ସେକ୍ସନର କଇଁସରା ଗାଁରେ।
ଗତକାଲି ରାତିରେ କଇଁସରା ଗାଁରେ ଦୁଇଟି ହାତୀ ପଶି ଥିଲେ। ସେମାନେ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହିତ ୪ଟି ଘର ଭାଙ୍ଗି ଦେଇଥିଲେ। ଏଥିଯୋଗୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନା କିଆବତି ଭଇସାଲ। ସେ ଶୋଇଥିବା ବେଳେ ହାତୀ ତାଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲା। କାନ୍ଥ ତାଙ୍କ ଉପରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ଘଟଣାରେ ଏକ ମାମଲା ରୁଜୁ କରାଯାଇ ମୃତଦେହ ଜବତ କରାଯାଇଛି।
ଗାଁରେ ହାତୀ ପଶିଥିବା ଖବର ପାଇ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହ ଅନ୍ୟ ବନ କର୍ମଚାରୀ ଆସି ହାତୀ ଦୁଇଟିକୁ ଘଉଡ଼ାଇ ଥିଲେ।
କିଛି ଦିନ ହେଲେ ଏ ଦୁଇ ହାତୀ ଜାମତଲିଆ ସେକ୍ସନର ବିଭିନ୍ନ ସ୍ଥାନରେ ଉପଦ୍ରବ କରୁଛନ୍ତି।
from Odisha Reporter http://bit.ly/2R8710n
No comments:
Post a Comment