ଗ୍ରାମସେବକଙ୍କୁ ତାଲା ପକାଇଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଗ୍ରାମସେବକଙ୍କୁ ତାଲା ପକାଇଲେ ମହିଳା

ଉଦଳା (ମାନସ ପାଣି): ଆଗକୁ ମକର। ସେଥିପାଇଁ ସଅଳ ସଅଳ କାମ ସାରି ରାସନ୍‌ ଓ ଭତ୍ତା ଆଣିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ପୂର୍ବାହ୍ନ ୧୧ ସୁଦ୍ଧା ରାସନ୍‌ ଓ ଭତ୍ତା ନମିଳିବାରୁ ହିତାଧିକାରୀମାନେ ଗ୍ରାମସେବକଙ୍କୁ ପଚାରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତ୍ୟକ୍ତ ହୋଇ ବୃଦ୍ଧ ଓ ବୃଦ୍ଧା ହିତାଧିକାରୀମାନେ ଗ୍ରାମସେବକଙ୍କୁ ଅଫିସ୍‌ରେ ତାଲା ପକାଇ ଦେଇଥିଲେ।

କପ୍ତିପଦା ବ୍ଲକ ବଡ଼ଖରାଡି ପଞ୍ଚାୟତରେ ଆଜି ରାସନ୍‌ ଓ ଭତ୍ତା ପାଳି ଥିଲା। ହିତାଧିକାରୀମାନେ ସକାଳୁ ଆସି ପଞ୍ଚାୟତ ଅଫିସ ଆଗରେ ବସିଥିଲେ। ହେଲେ ପୂର୍ବାହ୍ନ ୧୧ ସୁଦ୍ଧା ରାସନ୍‌ ଓ ଭତ୍ତା ବଣ୍ଟନ କରାଯାଇନଥିଲା। ଏ ସମ୍ପର୍କରେ ହିତାଧିକାରୀମାନେ ଗ୍ରାମସେବକ ବିଦ୍ୟୁତ ମହାପାତ୍ରଙ୍କୁ ପଚାରିଥିଲେ। ଏଥିରେ ସେ ରାଗି ଯାଇ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ସେ ଅଶ୍ଲୀଳ ଭାଷାରେ ଗାଳିଦେଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ପଞ୍ଚାୟତ ଅଫିସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଗ୍ରାମସେବକଙ୍କୁ କାବୁ କରି ପଞ୍ଚାୟତ ଅଫିସରେ ଭର୍ତ୍ତିକରି ତାଲା ପକାଇ ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମସେବକ ବିଦ୍ୟୁତ ମହାପାତ୍ରଙ୍କୁ ଉଦ୍ଧାର କରିଥିଲେ।



from Odisha Reporter http://bit.ly/2HaE1VX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages