
ନୂଆଦିଲ୍ଲୀ ଚୀନ୍ରେ ଏକ ଅଦ୍ଭୁତ ଘଟଣା ଘଟିଛି। ଜଣେ ୧୮ ବର୍ଷର ଯୁବତୀଙ୍କ ‘ଶବକୁ ଭୂତ ବିବାହ’ ପାଇଁ କବରସ୍ଥଳ ଖୋଳି ଚୋରି କରିନିଆଯାଇଛି। ଚୀନର କେତେକ ସ୍ଥାନରେ ଏମିତି ଅଜବ ପରମ୍ପରା ରହି ଆସିଛି। ଯେଉଁଠି ବର ବା କନ୍ୟାର ବିବାହ ପୂର୍ବରୁ ଭୂତ ବିବାହ କାର୍ଯ୍ୟ ସମ୍ପାଦନ କରାଯାଇଥାଏ।
କୁହାଯାଉଛି ଚୀନ୍ର ହେବୈଇ ପ୍ରୋଭିନ୍ସରେ ଭୂତ ବିବାହ ପାଇଁ ଜଣେ ୧୮ ବର୍ଷର ଯୁବତୀଙ୍କ ମୃତଦେହକୁ କବର ଖୋଳି ଚୋରି କରିନିଆଯାଇଛି। ପୁଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି। ତେବେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ଶବ ନେବା ପାଇଁ ସୌଦା କରିବାକୁ ଆସିଥିଲେ। ହେଲେ ପରିବାର ଲୋକେ ଏଥିରେ ରାଜି ହୋଇ ନଥିଲେ। ତେବେ ଯେଉଁଠି ମୃତ ଦେହ ପୋତାଯାଇଥିଲା ସେଠାରେ ଖୋଳାଯାଇ ଶବ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ପରମ୍ପରା ଅନୁଯାୟୀ, ଯଦି କୌଣସି ଅବିବାହିତ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତେବେ ତାଙ୍କରି ଶବ ସହ ବିବାହକୁ ଭୂତ ବିବାହ କୁହାଯାଏ। ଆଉ ଏହା ଶୁଭ ବୋଲି ବିଶ୍ୱାସ ରହିଛି। ଚୀନ୍ର ସାଞ୍ଜି ପ୍ରୋଭିନ୍ସରେ ୨୦୧୫ରେ ୧୪ ମହିଳାଙ୍କ ଶବକୁ କବର ଖୋଳି ଚୋରି କରି ନିଆଯାଇଥିବା ଅଭିଯୋଗ ଆସିଥିଲା। ଚୀନରେ ଭୂତ ବିବାହ ଭଳି ଅଜବ ପରମ୍ପରାକୁ ୨୦୦୬ରେ ବେଆଇନ୍ ବୋଲି ଘୋଷଣା କରାଯାଇଛି । ଆଇନ୍ ଅନୁଯାୟୀ ଏଥିପାଇଁ ୩ ବର୍ଷ ଜେଲ ଦଣ୍ଡ ମଧ୍ୟ ରହିଛି। ତଥାପି ଏହି ପ୍ରଥାର ପୂର୍ଣ୍ଣଚ୍ଛେଦ ପଡ଼ିପାରୁ ନାହିଁ। ଲୁଚାଛପାରେ ଚୀନରେ ଏହି ଭୂତ ବିବାହ ହେଉଛି।
ସୌଜନ୍ୟ: ଆଜତକ୍
from Odisha Reporter http://bit.ly/2SLMVdH
No comments:
Post a Comment