ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଲେ ବିଜେପି ନେତା, ପଢ଼ନ୍ତୁ କିଏ କ’ଣ କହିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଲେ ବିଜେପି ନେତା, ପଢ଼ନ୍ତୁ କିଏ କ’ଣ କହିଛନ୍ତି

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧି ଭଦ୍ରା ସକ୍ରିୟ ରାଜନୀତିରେ ପାଦ ଦେବା ପରେ କିଛି ଦିନ ହେବ ବିରୋଧୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ସାଧାରଣ ସମ୍ପାଦିକା ଏବଂ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଅନେକ ବିଜେପି ନେତା ତାଙ୍କୁ ସମାଲୋଚନା କରିଛନ୍ତି।

ବିଜେପି ନେତା କୈଳାସ ବିଜୟଭାର୍ଗୀୟ କହିଛନ୍ତି ଯେ, ଗାନ୍ଧି ପରିବାର ପାଖରେ ନିର୍ବାଚନ ଲଢ଼ିବାକୁ ଆଉ ସେମିତି କେହି ଖାସ୍‌ ବ୍ୟକ୍ତି ନାହାନ୍ତି। ତେଣୁ ଦଳ ଚକଲେଟ୍‌ ଚେହେରାକୁ ଅବତୀର୍ଣ୍ଣ କରି ନିର୍ବାଚନ ଲଢ଼ିବାକୁ ଚାହୁଁଛି। କୈଳାସ କହିଛନ୍ତି ଯେ, କେତେବେଳେ କେଉଁ କଂଗ୍ରେସ ନେତା କହୁଛନ୍ତି ଯେ, ମଧ୍ୟପ୍ରଦେଶରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଲଢ଼ନ୍ତୁ। ପୁଣି ଇନ୍ଦୋରରୁ ସଲମାନ୍‌ ଖାନ୍ ଦଳୀୟ ଟିକେଟରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜାରି ରହିଛି।

ଏବେ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କ ଭରଷା କରିଛି। ସେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଲଢ଼େଇ ପାଇଁ କଂଗ୍ରେସ ପାଖରେ ନେତା ନାହାନ୍ତି। ତେଣୁ ଦଳ ଏମିତି ଚକୋଲେଟ୍‌ ଚେହେରା ମାଧ୍ୟମରେ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛି। ଯଦି ରାହୁଲଙ୍କ ଉପରେ ଆତ୍ମବିଶ୍ୱାସ ଥାନ୍ତା ତେବେ ପ୍ରିୟଙ୍କାକୁ କେବେ ସକ୍ରିୟ ରାଜନୀତିକୁ ଆସିବାକୁ ପଡ଼ିନଥାନ୍ତା।  ସେହିପରି ବିହାରର ବିଜେପି ନେତା ବିନୋଦ ନାରାୟଣ ଝା ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି।

ସେ କହିଛନ୍ତି ଯେ ମତେ ପ୍ରିୟଙ୍କା ଗାନ୍ଧି କେବଳ ସୁନ୍ଦର ଦେଖାଯିବା ଛଡ଼ା ତାଙ୍କର ଆଉ କୌଣସି ଗୁଣ ଦେଖାଯାଉ ନାହିଁ। ପ୍ରକୃତୀ ତାଙ୍କୁ ସୁନ୍ଦରୀ କରିଛି। ହେଲେ କଂଗ୍ରେସ ମନେ ରଖିବା ଉଚିତ୍‌ ଯେ, ସୁନ୍ଦରତାରୁ ଭୋଟ୍‌ ମିଳେ ନାହିଁ। ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଥିବା ସେ କହିଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୪ ତାରିଖରୁ ପ୍ରିୟଙ୍କା ବିଧିବଦ୍ଧଭାବେ ସକ୍ରିୟ ରାଜନୀତିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ସେ, ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇବେ। ମୌନୀ ଅମାବାସ୍ୟା ଅବସରର ତଥା ‘ଦ୍ୱତୀୟ ସାହି ସ୍ନାନ’ ଅବସରରେ ପ୍ରୟାଗରାଜସ୍ଥିତ ସଙ୍ଗମସ୍ଥଳୀରେ ସେ ବୁଡ଼ ପକାଇବେ ଏବଂ ଏହାପରେ କାର୍ଯ୍ୟକ୍ରମରେ ଯୋଗଦେବେ।



from Odisha Reporter http://bit.ly/2SfldcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages