
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜଣେ ଟ୍ରାନ୍ସଜେଣ୍ଡର ଅପ୍ସରା ରେଡ୍ଡୀଙ୍କୁ ଅଖିଳ ଭାରତୀୟ ମହିଳା କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତି ଦିଆଯାଇଥିବା ଜଣାଇଛି କଂଗ୍ରେସ। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁମୋଦନରେ ପ୍ରଥମ ଥର ଏଭଳି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ କର୍ମକର୍ତ୍ତା ନିଯୁକ୍ତି ଦିଆଯାଇଛି ବୋଲି ଏକ ଟ୍ୱିଟ୍ଯୋଗେ କଂଗ୍ରେସ ପ୍ରକାଶ କରିଛି।
Welcoming Apsara Reddy to @MahilaCongress
As @sushmitadevmp puts it the path for inclusivity comes through acceptance and compassion beyond the set societal norms.#Womenpositive https://t.co/pG3AnmPc6J— All India Mahila Congress (@MahilaCongress) January 8, 2019
ଏହି ଘୋଷଣା କରାଯିବା ସମୟରେ ରାହୁଲଙ୍କ ସମେତ ମହିଳା କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭା ସେଂସଦ ସୁସ୍ମିତା ଦେବ୍ ମଧ୍ୟ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲା ଜନ୍ମିତ ଅପ୍ସରାଙ୍କ ପାଠପଢ଼ା ଚେନ୍ନାଇରେ ହୋଇଛି। କଲେଜ୍ ବେଳୁ ହିଁ ସେ ସାମାଜିକ କାର୍ଯ୍ୟରେ ସଂଶ୍ଲିଷ୍ଟ। ସେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ଲଢ଼େଇ କରିବା ସହିତ ସାମ୍ବାଦିକତା ମଧ୍ୟ କରୁଥିଲେ।
Apsara Reddy has been appointed the first transgender National General Secretary of @MahilaCongress by Congress President @RahulGandhi pic.twitter.com/qDTZSgaoMH
— Congress (@INCIndia) January 8, 2019
ଏହାପରେ ଲଣ୍ଡନ୍ରେ ସେ ସ୍ନାତକ ଅଧ୍ୟୟନ କରିବା ସହିତ ସେଠାରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିବା ଜାରି ରଖିଥିଲେ। ୨୦୧୬ ମସିହାରେ ସେ ଏଆଇଡିଏମ୍କେରେ ଯୋଗଦେଇ ଦଳର ମୁଖପାତ୍ର ଦାୟିତ୍ୱ ସମ୍ଭାଳୁଥିଲେ।ପରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିୟୋଗ ପରେ ସେ ଦଳ ଛାଡ଼ିଦେଇଥିଲେ। ଏହା ପଛର କାରଣ ସ୍ୱରୂପ ସେ କହନ୍ତି, ଏହି ସମୟରେ ଅନ୍ତଃକନ୍ଦଳ ଆରମ୍ଭ ହୋଇସାରିଥିଲା, ଯାହାକି ସାଧାରଣ ଲୋକଙ୍କର କ୍ଷତିସାଧନ କରୁଥିଲା।

from Odisha Reporter http://bit.ly/2QyC3xU
No comments:
Post a Comment