ଯୋଗେଶ କଂଗ୍ରେସ ଛାଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଯୋଗେଶ କଂଗ୍ରେସ ଛାଡ଼ିଲେ

jogesh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି କହିଛନ୍ତି।

ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି ତାଙ୍କୁ ଏଆଇସିସିର ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା।

ଗତକାଲି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ଏ ସଂପର୍କରେ ସୂଚନା ଦେଇ କହିଥିଲେ,“ସେ (ଯୋଗେଶ ସିଂହ) ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା। ଉତ୍ତର ରଖିବାକୁ ତାଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ହେଲେ ସମୟ ମଧ୍ୟରେ ସେ ତାଙ୍କ ଉତ୍ତର ନ ରଖିବାରୁ ତାଙ୍କୁ ନିଲମ୍ବନ କରାଯାଇଛି।”

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଯୋଗେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି। ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢ଼ିଆ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ସେ ଜଣେ ଦକ୍ଷ ଶାସକ। ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି। ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି।”

ଏହା ସହିତ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବେଳେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିପାରିବେନି ବୋଲି ଯୋଗେଶ ସ୍ପଷ୍ଟ ଭାବେ କହିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀର କେତେକ ଗ୍ରାମାଞ୍ଚଳରେ ମାସକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିବାରୁ ସେ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଇଁ ଜନତା ହେଉଛନ୍ତି ପ୍ରଥମ ହାଇକମାଣ୍ଡ। ଦଳ ହାଇକମାଣ୍ଡ ତାଙ୍କ ପାଇଁ ଦ୍ୱିତୀୟ।
ଯୋଗେଶ ବି ବିଜେଡିରେ ଯୋଗ ଦେବେ ବୋଲି କୁହାଯାଉଛି। ଝାରସୁଗୁଡ଼ା ବିଧାୟକ ତଥା ଦୁଇ ଦିନ ତଳେ କଂଗ୍ରେସ ଛାଡ଼ିଥିବା ନବ ଦାସଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି। ନବ ଆସନ୍ତା ୨୪ ତାରିଖରେ ବିଜେଡିରେ ମିଶିବେ ବୋଲି କୁହାଯାଉଛି।



from Odisha Reporter http://bit.ly/2Didylp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages