MCGରେ ଭାରତୀୟ ଭାବେ ରେକର୍ଡ କଲେ ଚହଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

MCGରେ ଭାରତୀୟ ଭାବେ ରେକର୍ଡ କଲେ ଚହଲ

ମେଲବର୍ଣ୍ଣ: ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ(MCG)ରେ ରେକର୍ଡ କରିଛନ୍ତି ଟିମ୍‌ ଇଣ୍ଡିଆର ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ। ସେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆରେ ୪୨ ରନ୍‌ ଦେଇ ୬ଟି ୱିକେଟ୍‌ ଦଖଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି ୫ରୁ ଅଧିକ ୱିକେଟ୍‌ ନେବାରେ ସେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି।

ଚହଲଙ୍କ ପୂର୍ବରୁ ୨୦୦୪ରେ ଅଜିତ ଅଗରକର ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳ ବିପକ୍ଷରେ ୪୨ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ। ଆଜି ଚହଲ ଏହି ରେକର୍ଡ ସମକକ୍ଷ ହୋଇଛନ୍ତି। ଚହଲ ଓ ଅଗରକରଙ୍କ ବ୍ୟତୀତ ଆଉ କୌଣସି ଭାରତୀୟ ବୋଲର ଅଷ୍ଟ୍ରେଲିଆ ମାଟିରେ ୫ରୁ ଅଧିନ ୱିକେଟ୍‌ ନେଇ ନଥିଲେ।

ଚହଲ ଆଜିର ମ୍ୟାଚ୍‌ରେ ପ୍ରଥମେ ଉସମାନ ଖ୍ୱାଜା, ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ୱ, ମାର୍କସ୍‌ ଷ୍ଟୋଇନିସ, ଜେ ରିଚାର୍ଡସନ୍‌ ଓ ଆଡାମ ଜାମ୍ପାଙ୍କୁ ଆଉଟ୍‌ କରିଛନ୍ତି। ଚହଲ ଏଯାଏ ଭାରତ ପାଇଁ ୩୫ଟି ଦିନିକିଆ ଖେଳିଥିବା ଚହଲ ୨୫.୫୫ ହାରରେ ୬୨ଟି ୱିକେଟ୍‌ ନେଇଛନ୍ତି। ପୂର୍ବରୁ ଚହଲଙ୍କ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ ୨୨/୫ ରହିଥିଲା।

ଚହଲଙ୍କ ଘାତକଙ୍କ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ମାତ୍ର ୨୩୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।



from Odisha Reporter http://bit.ly/2FIydk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages