
ପୁରୀ (ମଧୂସୁଦନ ମିଶ୍ର): ପୁରୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରୁ ଆଜି ଏକ ଚିତ୍ରା ହରିଣର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।
ହରିଣଟି ଗର୍ଭବତୀ ଥିଲା ବୋଲି ଜଣାପଡ଼ିଛି। ହରିଣର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତେବେ ଏନେଇ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ହରିଣଟି ଉପରେ କୌଣସି ଗାଡ଼ି ମାଡ଼ି ଯାଇଥିବା ଅନୁମାନ କରାଯାଉଛି। ଗାଡ଼ି ମାଡ଼ି ଯିବା ପରେ ତାକୁ କେହି ଷ୍ଟାଡିୟମ୍ ପରିସରକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି।
ମର୍ଣ୍ଣି ୱାକ୍ ବେଳେ ଜଣେ ବ୍ୟକ୍ତି ଷ୍ଟାଡିୟମ୍ ପରିସରରେ ମୃତ ହରିଣଟିକୁ ଠାବ କରିଥିଲେ।
from Odisha Reporter http://bit.ly/2LY9Ccc
No comments:
Post a Comment