ଶ୍ରମିକ ନେତାଙ୍କ ଘରେ ନିଆଁ ଲଗାଇଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଶ୍ରମିକ ନେତାଙ୍କ ଘରେ ନିଆଁ ଲଗାଇଦେଲେ

fire

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଗତକାଲିଠାରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଉରକେଲାରେ ଦୁର୍ବୃତ୍ତମାନେ ଜଣେ ଶ୍ରମିକଙ୍କ ଘରେ ପୋଡ଼ାଜଳା କରିଛନ୍ତି।

ଏହି ଶ୍ରମିକ ନେତାଙ୍କ ନାଁ ଚକ୍ରଧର ମହାନ୍ତି। ସେ ହେଉଛନ୍ତି ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତା।

ଗତକାଲି ରାତି ସେ ଘରେ ଶୋଇଥିବା ବେଳେ ବାହାରୁ କବାଟ ବନ୍ଦ କରି ଦେଇ ଦୁର୍ବୃତ୍ତମାନେ ଗୋଟିଏ ବାଇକ୍ ଓ ତିନିଟି ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ିଗୁଡ଼ିକ ଜଳି ପାଉଁଶ ହୋଇଯାଇଛି। ଦୁଇଟି କୁଲର ବି ପୋଡ଼ି ଯାଇଛି।

ଏହି ଘଟଣାରେ କେହି ହତାହତ ହୋଇ ନଥିବା ସୂଚନା ମିଳିଛି। ପୁଲିସ୍ ଘଟଣାର କରୁଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।



from Odisha Reporter http://bit.ly/2sgkNnp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages