୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିକ୍‌ନିକ୍ କରିବାକୁ ଯାଇଛି ବିଜେଡି: ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପିକ୍‌ନିକ୍ କରିବାକୁ ଯାଇଛି ବିଜେଡି: ନିରଞ୍ଜନ

niranjan2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ହକ୍‌ ପାଇଁ ଆଜି ଦିଲ୍ଲୀରେ ବିଜେଡି ଗର୍ଜନ କରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳକୁ ସମାଲୋଚନା କରିଛନ୍ତି। ଆଜି ଏକାଧିକ ଟ୍ୱିଟ୍ କରି ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି।

ସେ କହିଛନ୍ତି, ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଆଜି ପିକ୍‌ନିକ୍ କରିବାକୁ ଦିଲ୍ଲୀ ଯାଇଛନ୍ତି। ସେମାନେ ଚାଷୀଙ୍କ ନାଁରେ ଏ କାର୍ଯ୍ୟ କରୁଛନ୍ତି। ଯଦି ଏହି ଟଙ୍କାକୁ ସେ ଋଣଗ୍ରସ୍ତ ଚାଷୀମାନଙ୍କୁ ଦେଇ ଥାଆନ୍ତେ, ତା’ହେଲେ ଆମର ଅନେକ ଅନ୍ନଦାତାଙ୍କ ମୂଲ୍ୟବାନ ଜୀବନ ବଞ୍ଚି ଯାଇଥାଆନ୍ତା।

ନିରଞ୍ଜନ ଆହୁରି କହିଛନ୍ତି, ବିଜେଡି ଯଦି କୃଷକଙ୍କ ପାଇଁ ଏତେ ଚିନ୍ତିତ, ତା’ହେଲେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଭଳି କୃଷକଙ୍କ ପାଇଁ ଋଣ ଛାଡ଼ କରୁ। ତା’ସହିତ ଏମ୍‌ଏସ୍‌ପି ଉପରେ ବୋନସ୍‌ ଘୋଷଣା କରୁ।

ସେ କହିଛନ୍ତି, ବିଜେଡି ଚାଷୀଙ୍କ ନାଁରେ କୁମ୍ଭୀରକାନ୍ଦଣା ବନ୍ଦ କରୁ। କାରଣ ଓଡ଼ିଶାର କୃଷି କ୍ଷେତ୍ରକୁ ନଷ୍ଟ କରିବାରେ ସେମାନେ ସମାନ ପରିମାଣରେ ଦାୟୀ। ସେମାନଙ୍କ ଚାଷୀ ସମାବେଶ ଏକ ଫାର୍ସ।

ସୂଚନାଯୋଗ୍ୟ, ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିଜେଡି ଆଜି କୃଷକ ଅଧିକାର ସମାବେଶ କରୁଛି। ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି। ରାଜ୍ୟର ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଓ ସ୍ୱାମିନାଥନ୍‌ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ରହିଛି ବିଜେଡିର ପ୍ରମୁଖ ଦାବି। ଧାରଣା ଓ ପ୍ରତିବାଦ ସଭା ପରେ ରାଷ୍ଟ୍ରପତିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2C7UO6p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages