ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ ଏବଂ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ଖେଳିବେନି ବୁମ୍‌ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ ଏବଂ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ଖେଳିବେନି ବୁମ୍‌ରା

ସିଡ୍‌ନୀ: ଅଷ୍ଟ୍ରେଲିଆ ବିରୋଧରେ ଖେଳାଯିବାକୁ ଥିବା ଦିନିକଆ ସିରିଜ୍‌ ପାଇଁ ଆହୁରି ବେଶ୍‌ କିଛି ଦିନ ବାକି ଅଛି। ତେବେ ଏହି ସିରିଜ୍‌ ସମେତ ନ୍ୟିଜିଲ୍ୟାଣ୍ଡ ସିରିଜ୍‌ ପାଇଁ ମଧ୍ୟ ଜଶ୍‌ପ୍ରୀତ୍ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି।

ବୁମ୍‌ରାଙ୍କ ସ୍ଥାନରେ ହାଇଦ୍ରାବାଦୀ ଦ୍ରୁତ ବୋଲର ମହମ୍ମଦ ସିରାଜ ସ୍ଥାନ ପାଇବେ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଟି୨୦ ସିରିଜ୍‌ ପାଇଁ ଆଇପିଏଲ୍‌ର ସଫଳ ବୋଲର ସିଦ୍ଧାର୍ଥ କୌଲ୍‌ଙ୍କୁ ନିଆଯାଇଛି।

ବୁମ୍‌ରା ୨୧ଟି ୱିକେଟ୍‌ ସହିତ ଅଷ୍ଟ୍ରେଲିଆ ବିରୋଧୀ ଟେଷ୍ଟ ସିରିଜ୍‌ରେ ନାଥନ୍‌ ଲିଅନ୍‌ଙ୍କ ସହିତ ଯୁଗ୍ମଭାବେ ସବୁଠାରୁ ଅଧିକ ୱିକେଟ୍‌ ନେବାରେ ସମର୍ଥ ହୋଇଥିଲେ। ବିସିସିଆଇ ପକ୍ଷରୁ ଏନେଇ କୁହାଯାଇଛି, “ବୋଲରଙ୍କ ପାଇଁ ବଢ଼ୁଥିବା ଚାପକୁ ଆଖିଆଗରେ ରଖି ଭାରତରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ ପାଇଁ ତାଙ୍କୁ ପ୍ରସ୍ତୁତ ରହିବାକୁ ହେଲେ ଯଥେଷ୍ଟ ପରିମାଣର ବିଶ୍ରାମ ନେବାକୁ ହେବ। ପଞ୍ଜାବର ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯାଉଥିବା ୩ଟିକିଆ ସିରିଜ୍‌ରେ ସ୍ଥାନ ପାଇଛନ୍ତି।”

ମାତ୍ର ୧୨ ମାସ ତଳେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିବା ବୁମ୍‌ରା ବର୍ତ୍ତମାନ ୩ଟି ଯାକ ଫର୍ମାଟ୍‌ରେ ଭାରତର ବୋଲିଂ ବାହିନୀର ନେତୃତ୍ୱ ନେଉଛନ୍ତି କହିଲେ ଅତ୍ୟୁକ୍ତି ହେବନି। ତାଙ୍କ ସହିତ ମହମ୍ମଦ ଶାମି, ଉମେଶ ଯାଦବ, ଭୁବନେଶ୍ୱର କୁମାର ଏବଂ ଇଶାନ୍ତ ଶର୍ମାଙ୍କ ଯୋଗଦାନ ଭାରତ ବୋଲିଂ ବାହିନୀକୁ ସର୍ବକାଳୀନ ଶ୍ରେଷ୍ଠ କରି ଗଢ଼ିତୋଳିଛି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଅଧିନାୟକ ବିରାଟ କୋହଲି ଭାରତୀୟ ବୋଲରଙ୍କ ଚାପ ବାବଦରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଏଭଳି ଆହୁରି ୩ ଜଣ ବୋଲର ଦରକାର ଯେଉଁମାନେ ବର୍ତ୍ତମାନର ବୋଲରଙ୍କ ପରି ଅବିରତ ଭଲ ପ୍ରଦର୍ଶନ କରିପାରୁଥିବେ।



from Odisha Reporter http://bit.ly/2RckfOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages