ସେନାରେ ସମଲିଙ୍ଗୀ ଯୌନସମ୍ପର୍କକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ସେନାରେ ସମଲିଙ୍ଗୀ ଯୌନସମ୍ପର୍କକୁ ନା

ନୂଆଦିଲ୍ଲୀ: ଭାରତୀୟ ସେନାରେ ସମଲିଙ୍ଗୀ ଯୌନସମ୍ପର୍କକୁ କୌଣସି ପ୍ରକାରେ ପ୍ରଶୟ ଦିଆଯିବନି ବୋଲି କହିଛନ୍ତି ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌। ସମଲିଙ୍ଗୀ ଯୌନକ୍ରିୟା ଏକ ଅପରାଧିକ କାର୍ଯ୍ୟ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ଦେଥିବା ରାୟ ବାବଦରେ ତାଙ୍କ ପଚରାଯିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି।

ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମଲିଙ୍ଗୀ ଯୌନ ସମ୍ପର୍କକୁ ନେଇ ସେନାର ନିଜସ୍ୱ ଆଇନ ଅଛି। ତେଣୁ ଆମେ ଏହାକୁ ପ୍ରଶୟ ଦେବୁନି। ଆମେ ଦେଶର ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, କିନ୍ତୁ କିଛି ଅଧିକାର ଓ ସୁବିଧା ଯାହା ଆପଣମାନଙ୍କ ପାଇଁ ରହିଛି, ତାହା ଆମପାଇଁ ନାହିଁ। ଏପରି କିଛି କଥା ମଧ୍ୟ ଅଛି ଯାହା ଆମପାଇଁ ଲାଗୁ ହୁଏନାହିଁ।

ଗତ ସେପ୍ଟେମ୍ବର ମାସରେ ସୁପ୍ରିମ୍‌କୋର୍ଟର ୫ ଜଣିଆ ଖଣ୍ଡପୀଠ ଭାରତୀୟ ପିଙ୍ଗଳ କୋଡ୍‌ର ୩୭୭ ଧାରା ଅଧୀନରେ ପୂର୍ବରୁ ଅପରାଧ କୁହାଯାଉଥିବା ‘ଅନୁମତିରେ ଅପ୍ରାକୃତିକ ଯୌନସମ୍ପର୍କ’କୁ ‘ସମାନତାର ଅଧିକାର’ ଦର୍ଶାଇ ଏହା ଅପରାଧ ନୁହେଁ ବୋଲି କହିଥିଲେ।

ସୁପ୍ରିମ୍‌କୋର୍ଟର ଏହି ରାୟ ବାବଦରେ ଜେନେରାଲ ରାୱତ୍‌ଙ୍କୁ ପଚରାଯିବାରୁ ସେ କହିଛନ୍ତି, ସେନା ବହୁତ ରକ୍ଷଣଶୀଳ। ଆମେ ସେନାରେ ଏଭଳି କର୍ମକୁ ଅନୁମତି ଦେଇପାରିବୁନି।



from Odisha Reporter http://bit.ly/2RkMXgh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages