ହାତୀକୁ ହିପ୍ନୋଟାଇଜ୍‌ କରିବା ପଡ଼ିଲା ମହଙ୍ଗା, ଯୁବକଙ୍କୁ ପାଦରେ ଦଳିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ହାତୀକୁ ହିପ୍ନୋଟାଇଜ୍‌ କରିବା ପଡ଼ିଲା ମହଙ୍ଗା, ଯୁବକଙ୍କୁ ପାଦରେ ଦଳିଦେଲା

ନୂଆଦିଲ୍ଲୀ:ହାତୀକୁ ହିପ୍ନୋଟାଇଜ୍‌(ସମ୍ମୋହନ) କରିବା ମହଙ୍ଗା ପଡ଼ିଲା। ହାତୀକୁ ସମ୍ମୋହନ କରିବା ଯୁବକଙ୍କ ପାଇଁ କାଳ ହୋଇଛି। ଏଥିରେ ହାତୀ ଉତ୍ତେଜିତ ହୋଇ ସମ୍ପୃକ୍ତ ଯୁବକଙ୍କୁ ଦଳି ମାରିଦେଇଛି। ଶ୍ରୀଲଙ୍କାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଶ୍ରୀଲଙ୍କାରେ ଏକ ଜାତୀୟ ପାର୍କରେ  ଜଣେ ଯୁବକ ଏକ ହାତୀକୁ ହିପ୍ନୋଟାଇଜ୍‌ କରିବା ପାଇଁ ଉଦ୍ୟମ କରିଥିଲା।

ଏଥିରେ ହାତୀ ରାଗି ଯାଇ ଯୁବକଙ୍କୁ ଦଳି ଦେଇ ମାରିଦେଇଛି। ତେବେ ଏହି ପୂରା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ହାତୀଟି ଉକ୍ତ ଜାତୀୟ ପାର୍କରେ ବୁଲୁଥିଲା। ଏହି ସମୟରେ ଜଣେ ଯୁବକ ହାତୀ ପାଖକୁ ଆସି ହାତୀ ଆଗରେ ଛିଡ଼ା ହୋଇଗଲେ। ଆଉ ନିଜ ସାଥୀଙ୍କୁ ବାହାଦୁରୀ ଦେଖାଇ କହିଥିଲେ ଦେଖ ମୁଁ କେମିତି ହାତୀକୁ ବଶୀଭୂତ କରିଦେଉଛି।

ଯୁବକ ଜଣକ ନିକଟତର ହେଉଥିବା ଦେଖି ହାତୀଟି ରାଗିଯାଇଥିଲା ଏବଂ ଶୁଣ୍ଢରେ ଟେକିନେଇ ପାଦରେ ଦଳିଦେଇଥିଲା। ତେବେ ହାତୀଟିକୁ ବିଭାଗୀୟ କର୍ମଚାରୀମାନେ କାବୁ କରି ଯୁବକ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



from Odisha Reporter http://bit.ly/2RBkWAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages