ଘରେ ଏମିତି ତିଆରି କରନ୍ତୁ ‘ନାଇଟ୍‌ କ୍ରିମ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଘରେ ଏମିତି ତିଆରି କରନ୍ତୁ ‘ନାଇଟ୍‌ କ୍ରିମ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣତଃ ଝିଅମାନେ ସୁନ୍ଦର ଦେଖାଯିବା ସହ ଏକ ଉଜ୍ଜ୍ୱଳ ତ୍ୱଚା କାମନା କରିଥା’ନ୍ତି। ତ୍ୱଚାର ସୁରକ୍ଷା ପାଇଁ ବିଭିନ୍ନ କସ୍‌ମେଟିକ୍‌ ପ୍ରଡକ୍ଟର ବ୍ୟବହାର ମଧ୍ୟ କରନ୍ତି। କିନ୍ତୁ ଏସବୁର ବ୍ୟବହାର ଚ୍ୱତା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ସୃଷ୍ଟି କରିଥାଏ। ତେବେ ଏଥିରୁ ସୁରକ୍ଷା ପାଇଁ ଆପଣ ଆଉ କସ୍‌ମେଟିକ୍‌ ପ୍ରଡକ୍ଟ ବଜାରରୁ ନ କିଣି ଘରେ ଫେଶ୍‌ ମାକ୍ସ ଓ ଫେସ୍‌ ସ୍କ୍ରବ୍‌ ପରି ନାଇଟ୍‌ କ୍ରିମ୍‌ ମଧ୍ୟ ତିଆରି କରିପାରିବେ। ଆପଣ ଏହାକୁ ଘରେ ପ୍ରସ୍ତୁତ କରି ସପ୍ତାହେ ପର୍ଯ୍ୟନ୍ତ ବ୍ୟବହାର ମଧ୍ୟ କରିପାରିବେ।

ରାତି ସମୟରେ ଏହି କ୍ରିମ୍‌ ଲଗାଇଲେ, ମୁହଁ ପାଇଁ ଏହା ଲାଭଦାୟକ ହୋଇଥାଏ। କାରଣ ଶୋଇବା ବେଲେ ଶରୀରକୁ ସମ୍ପୂର୍ଣ୍ଣ ଆରାମ ମିଳିଥାଏ। ଫଳରେ କ୍ରିମ୍‌ର ପ୍ରଭାବ ଭଲ ପଡ଼ିଥାଏ। ଘରୋଇ ଉପାୟରେ ଏହି କ୍ରିମ୍‌ ପ୍ରସ୍ତୁତ କରି ଏହାକୁ ଲଗାଇଲେ, ମୁହଁର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ।

ଆସନ୍ତୁ ଜାଣିବା, ନାଇଟ୍ କ୍ରିମ୍‌ କିପରି ପ୍ରସ୍ତୁତ କରିବେ। ନାଇଟ୍‌କ୍ରିମ୍‌ ପ୍ରସ୍ତୁତ କରିବା ପାଇଁ  ସେଓ ଆବଶ୍ୟକ। ସେଓରେ ଭିଟାମିନ୍‌ ଏ’, ବି’ ଓ ସି’ ରହିଛି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସେଓକୁ ଦୁଇ ଭାଗ କରି କାଟି ଦିଅନ୍ତୁ। ଏଥିରେ ଅଲିଭ୍‌ ଅଏଲ୍‌ ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଏକ ପାତ୍ର ବସାଇ ଏହି ମିଶ୍ରଣକୁ ପକାଇ ଅଳ୍ପ ଆଞ୍ଚରେ ୧୫ରୁ ୨୦ ମିନିଟ୍ ଯାଏ ଗୋଳାନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଭଲ ଭାବେ ଥଣ୍ଡା କରି ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ଏଥିରେ ୨ ଚାମଚ ଗୋଲାପ ଜଳ ମିଶାଇ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ନାଇଟ୍‌ କ୍ରିମ୍‌’। ଏହି କ୍ରିମ୍‌କୁ ଆପଣ ସପ୍ତାହେ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।



from Odisha Reporter http://bit.ly/2CX6rx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages