କି ଅବସ୍ଥା: ୪୦ ରନ୍‌ରେ ଚାଲିଗଲା ୭ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

କି ଅବସ୍ଥା: ୪୦ ରନ୍‌ରେ ଚାଲିଗଲା ୭ ୱିକେଟ୍‌

50

ହାମିଲ୍‌ଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ହାମିଲ୍‌ଟନ୍‌ରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି। ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ଫିଲ୍ଡି କରୁଥିବା ବେଳେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ସଂଘର୍ଷ କରୁଛି। ଶେଷ ଖବର ଲେଖାଯିବା ସୁଦ୍ଧା ଦଳ ୧୭ ଓଭରରେ ୪୦ ରନ୍ କରି ୭ ୱିକେଟ୍ ହରାଇ ସାରିଛି।

ରୋହିତ ଶର୍ମା, ଶିଖର ଧୱନ, ଶୁଭମନ୍ ଗିଲ୍, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ, କେଦାର ଯାଦବ ଓ ଭୁବନେଶ୍ୱର କୁମାର ପ୍ରମୁଖ ଆଉଟ୍ ହୋଇଯାଇଛନ୍ତି।
୧୧ ଓଭର ଭିତରେ ଦଳ ଚାରିଟି ୱିକେଟ୍ ହରାଇଥିଲା। ଅଧିନାୟକ ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାୟୁଡୁ ଓ ୱିକେଟ୍ କିପର ଦୀନେଶ କାର୍ତ୍ତିକ ଆଉଟ୍ ହୋଇଯାଇଥିଲେ।

ରୋହିତ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଧୱନ ୧୩ ରନ୍ କରି ଆଉଟ୍ ହୋଇଥିଲେ। ରାୟୁଡୁ ଓ କାର୍ତ୍ତିକ ଖାତା ଖୋଲି ପାରି ନଥିଲେ।
୫.୫ ଓଭରରେ ଟ୍ରେଣ୍ଟ୍ ବୋଲ୍ଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟ ହୋଇଥିଲେ ଧାୱନ। ଏହା ପରେ ୭.୬ ଓଭରରେ ରୋହିତ ଆଉଟ୍ ହୋଇଥିଲେ। ତାଙ୍କୁ ବି ବୋଲ୍ଟ ଆଉଟ୍ କରିଥିଲେ। ସେ ବୋଲ୍ଟଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଏହା ପରେ ରାୟୁଡୁ ଓ କାର୍ତ୍ତିକଙ୍କୁ ଶିକାର କରିଥିଲେ କଲିନ୍‌ ଡି ଗ୍ରାଣ୍ଡହୋମ। ତାଙ୍କ ବଲ୍‌ରେ ଏ ଦୁଇ ଖେଳାଳି କ୍ୟାଚ୍ ଆଉଟ୍ ହୋଇଥିଲେ।

ଏହା ପରେ ଡେବ୍ୟୁ ବୟ ଶୁଭମନ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୧୧.୬ ଓଭରରେ ସେ ଟ୍ରେଣ୍ଟ୍ ବୋଲ୍ଟଙ୍କ ହାତରେ କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ୧୩.୧ ଓଭରରେ କେଦାର ଯାଦବ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେ ମାତ୍ର ୧ ରନ୍ କରିଥିଲେ। ଏହା ପରେ ୧୬.୪ ଓଭରରେ ଭୁବନେଶ୍ୱର କୁମାର ମାତ୍ର ୧ ରନ୍ କରି କଲିନ୍‌ ଡି ଗ୍ରାଣ୍ଡହୋମ ଦ୍ୱାରା ବୋଲ୍ଡ ହୋଇଥିଲେ।

ସୂଚନାଯୋଗ୍ୟ, ୫ଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍‌କୁ ଭାରତ ୩-୦ରେ ଜିତି ସାରିଛି। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ଯୋଗୁ ତାଙ୍କ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଜି ଟିମ୍ ପଡ଼ିଆକୁ ଓହ୍ଲାଇଛି। ଟିମ୍‌ ଇଣ୍ଡିଆରେ ଆଜି ଜଣେ ନୂଆ ଖେଳାଳି ଖେଳୁଛନ୍ତି। ସେ ହେଉଛନ୍ତି ଶୁଭମନ ଗିଲ୍‌। ତାଙ୍କର ଏହା ଡେବ୍ୟୁ ମ୍ୟାଚ୍‌। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଖଲିଲ ଅହମଦଙ୍କୁ ଟିମ୍‌ରେ ସାମିଲ କରାଯାଇଛି।



from Odisha Reporter http://bit.ly/2HHL5tw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages