ମହଙ୍ଗା ପଡ଼ିଲା ତୁଣ୍ଡ, ଦୁଇଟି ମ୍ୟାଚ୍‌ରୁ ବ୍ୟାନ୍‌ ହେବେ ପାଣ୍ଡ୍ୟା ଓ ରାହୁଲ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ମହଙ୍ଗା ପଡ଼ିଲା ତୁଣ୍ଡ, ଦୁଇଟି ମ୍ୟାଚ୍‌ରୁ ବ୍ୟାନ୍‌ ହେବେ ପାଣ୍ଡ୍ୟା ଓ ରାହୁଲ!

ନୂଆଦିଲ୍ଲୀ: କଫି ପି’ ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କ ଶୋ’ରେ ଚାଟ୍‌ କରିବା ଏବେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍‌ କେଏଲ୍‌ ରାହୁଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମହିଳାଙ୍କ ସମ୍ପର୍କରେ ଅରୁଚିକର ଓ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ପାଣ୍ଡ୍ୟା ବାରମ୍ବାର କ୍ଷମା ମାଗିଥିଲେ ହେଁ ଏହାକୁ ବିସିସିଆଇ ଆଦୌ ଗ୍ରହଣ କରିନାହିଁ।

ବିସିସିଆଇର ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍‌ରେ ବ୍ୟାନ୍‌ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ପରେ ଅନ୍ୟତମ ସିଓଏ ସଦସ୍ୟ ଡାଏନା ଏଡୁଲଜି ଏହାକୁ ବିସିସିଆଇର ଲିଗାଲ ସେଲ୍‌ ନିକଟକୁ ପଠାଇଛନ୍ତି। ଲିଗାଲ ସେଲ୍‌ ଏଭଳି ବ୍ୟାନ୍‌ ପ୍ରସ୍ତାବର ଆଇନ୍‌ଗତ ଦିଗ ଉପରେ ସମୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ଏଭଳି ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବାରୁ ବିସିସିଆଇ ଉଭୟ ରାହୁଲ ଓ ପାଣ୍ଡ୍ୟାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏନେଇ ହାର୍ଦ୍ଦିକ ଅଷ୍ଟ୍ରେଲିଆରୁ ଚିଠି ଲେଖି କ୍ଷମା ମାଗିଥିଲେ। ତେବେ ଏଭଳି କାରଣ ଦର୍ଶାଅ ଓ କ୍ଷମା ଆବେଦନରେ ବିସିସିଆଇ ସନ୍ତୁଷ୍ଟ ହୋଇନାହିଁ।

ବିନୋଦ ରାୟ କହିଛନ୍ତ, “ ପାଣ୍ଡ୍ୟାଙ୍କ ଜବାବରେ ମୁଁ ସନ୍ତୁଷ୍ଟ ହୋଇନାହିଁ। ମୁଁ ଏହି ଦୁଇ ଖେଳାଳିଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍‌ରୁ ବ୍ୟାନ୍‌ କରିବାକୁ ପ୍ରସ୍ତାବ ଦେଇଛି। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଡାଏନା ଏଡୁଲଜି ନେବେ। ଡାଏନାଙ୍କ ନିଷ୍ପତ୍ତି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡାଏନା ଏହି ଦୁଇ ଖେଳାଳିଙ୍କୁ ବ୍ୟାନ୍‌ କରିବା ପାଇଁ କୌଣସି ଆଇନ୍‌ଗତ ଦିଗ ଅଛି କି ନାହିଁ, ତା’ର ତର୍ଜମା କରୁଛନ୍ତି। ମୋ ମତରେ ଉଭୟ ଖେଳାଳି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅରୁଚିକର, ନିନ୍ଦନୀୟ ଓ ଅପମାନଜନକ।”

ଶ୍ରୀ ରାୟଙ୍କ ଏଭଳି ବ୍ୟାନ୍‌ ପ୍ରସ୍ତାବ ସମ୍ପର୍କରେ ଡାଏନା ବିସିସିଆଇର ଆକ୍ଟିଂ ସଭାପତି ସିକେ ଖାନ୍ନା, ଆକ୍ଟିଂ ସଚିବ ଅମିତାଭ ଚୌଧୁରୀ ଓ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ ମତାମତ ମଧ୍ୟ ଲୋଡ଼ିଛନ୍ତି।



from Odisha Reporter http://bit.ly/2RiyrWc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages