
ରାୟଗଡ଼ା (ମନୋଜ ପାତ୍ର): ରେଳ ଧାରଣାରେ ଥିଲା ଫାଟ। ତେବେ ଟ୍ରେନ୍ ଆସିବା ପୂର୍ବରୁ ରେଳ ଧାରଣାରେ ଫାଟ ଥିବା ଜଣାପଡ଼ି ଯାଇଥିଲା। ଏହା ସହିତ ଟଳି ଯାଇଥିଲା ଏକ ବଡ଼ ଅଘଟଣ। କାରଣ ସେତେବେଳେ ସେହି ରୁଟ୍ରେ ଆସୁଥିଲା ଦୁର୍ଗ-ବିଶାଖାପାଟଣା ପାସେଞ୍ଜର।
ଆଜି ସକାଳେ ଏମିତି ଏକ ସ୍ଥିତି ସୃଷ୍ଟି ହୋଇଥିଲା ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟରେ। ନିୟମିତ ଯାଞ୍ଚ କରୁଥିବା ରେଳବାଇ କର୍ମଚାରୀ ରେଳ ଧାରଣାରେ ଫାଟ ଥିବା ଦେଖିଥିଲେ। ସେମାନେ ତୁରନ୍ତ ଷ୍ଟେସନ ମାଷ୍ଟରକୁ ଏ ବିଷୟରେ ଅବଗତ କରାଇଥିଲେ। ଏହାପରେ ଦୁର୍ଗ-ବିଶାଖାପାଟଣା ପାସେଞ୍ଜରକୁ ସିଙ୍ଗାପୁର ରୋଡ୍ ଷ୍ଟେସନ୍ରେ ଅଟକାଇ ଦିଆଯାଇଥିଲା।
ଏହି ଫାଟ ଯୋଗୁ ସେହି ରୁଟ୍ରେ କିଛି ସମୟ ଧରି ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ,ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ମଧ୍ୟ ସେହି ରୁଟ୍ରେ ରେଳ ଧାରଣାରେ ଫାଟ ଦେଖା ଦେଇଥିଲା ।
from Odisha Reporter http://bit.ly/2CacMFo
No comments:
Post a Comment