ରାମ ମନ୍ଦିର ପାଇଁ କୌଣସି ଅଧ୍ୟାଦେଶ ଏବେ ଆସିବ ନାହିଁ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ରାମ ମନ୍ଦିର ପାଇଁ କୌଣସି ଅଧ୍ୟାଦେଶ ଏବେ ଆସିବ ନାହିଁ: ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପିର ନେତା ଓ ମନ୍ତ୍ରୀମାନେ ଅଧ୍ୟାଦେଶ ଆସିବ ବୋଲି କହୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୨୦୧୯ର ପ୍ରଥମ ଦିନରେ ଏଏନ୍‌ଆଇକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ଶ୍ରୀ ମୋଦି ଏକଥା କହିଛନ୍ତି।

ସେ କହିଛନ୍ତି, “ ମନ୍ଦିର ପାଇଁ ଏବେ ଅଧ୍ୟାଦେଶ ଆସିବ ନାହିଁ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅପକ୍ଷା କରିବାକୁ ପଡ଼ିବ। ଏହାପରେ ହିଁ ଅଧ୍ୟାଦେଶ କଥା ଚିନ୍ତା କରାଯିବ। ସୁପ୍ରିମକୋର୍ଟରେ କଂଗ୍ରେସର ଆଇନ୍‌ଜୀବୀମାନେ ବାଧା ଦେଉଥିବାରୁ ମନ୍ଦିର ନିର୍ମାଣର ମାମଲାର ଶୁଣାଣିରେ ବିଳମ୍ବ ହେଉଛି।
ଆମେ ବିଜେପିର ନିର୍ବାଚନୀ ଇସ୍ତାହାରରେ କହିଥିଲୁ ଯେ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ହିଁ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ବାହାର କରିବୁ। ତେଣୁ ଏବେ ଆମେ ନ୍ୟାୟିକ ପ୍ରକ୍ରିୟା ଶେଷ ହେବାକୁ ଅପେକ୍ଷା କରିଛୁ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ସରକାର ତାଙ୍କ କାମ ଓ କର୍ତ୍ତବ୍ୟ କରିବେ। ଆମେ ଏଥିପାଇଁ ସବୁ କରିବାକୁ ପ୍ରସ୍ତୁତ।”

ଟ୍ରିପଲ ତଲାକକୁ ଅପରାଧ ରୂପେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିବା ବେଳେ ରାମ ମନ୍ଦିର ନିର୍ମାଣ ପାଇଁ କାହିଁକି ଅଧ୍ୟାଦେଶ ଆସିବ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମୋଦି କହିଛନ୍ତି, “ ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରିପଲ ତଲାକ ପାଇଁ ଅଧ୍ୟାଦେଶ ଆସିଥିଲା।

ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଶାସନ କରୁଥିବା ଦଳ ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା କାର୍ଯ୍ୟକୁ ଅଟକାଇ ଥିଲା। ଏକଥା ସମସ୍ତେ ଜାଣିଛନ୍ତି। ଏବେ କଂଗ୍ରେସର ଓକିଲମାନେ ସୁପ୍ରିମକୋର୍ଟରେ ବାଧା ସୃଷ୍ଟି କରନ୍ତୁ ନାହିଁ। ନ୍ୟାୟପାଳିକାକୁ ତା’ ବାଟରେ କାର୍ଯ୍ୟ କରିବାକୁ ଛାଡ଼ି ଦିଆଯାଉ।

ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ରାଜନୀତିକ ଦୃଷ୍ଟିକୋଣରୁ ବିଚାର କରା ନ ଯାଉ। ଦେଶରେ ଶାନ୍ତି ଓ ସଦ୍‌ଭାବ ବୃଦ୍ଧି ପାଇଁ କଂଗ୍ରେସର ଓକିଲମାନେ ଅଯୋଧ୍ୟା ପ୍ରସଙ୍ଗରେ ବାଧା ସୃଷ୍ଟି କରିବା କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।”

ଏହି ସାକ୍ଷାତକାରଟି ୯୫ ମିନିଟ୍‌ର। ଏଏନ୍‌ଆଇ ସମ୍ପାଦକ ସ୍ମିତା ପ୍ରକାଶ ଏହି ସାକ୍ଷାତକାର ନେଇଛନ୍ତି।



from Odisha Reporter http://bit.ly/2EZhf0x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages