ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ବାହା ହେଲେ ଦୁଇ ସମଲିଙ୍ଗୀ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ବାହା ହେଲେ ଦୁଇ ସମଲିଙ୍ଗୀ ମହିଳା

କାନପୁର: ସମଲିଙ୍ଗୀ ବିବାହ କଥା ଶୁଣି ଆପଣ ଭାବୁଥିବେ ବିଦେଶରେ ଏମିତି ଘଟିଛି। କିନ୍ତୁ ନା, ଆମ ଦେଶରେ ହିଁ ଏଭଳି ସମଲିଙ୍ଗୀ ବିବାହ ହୋଇଛି। ଅବଶ୍ୟ ଏହାକୁ ସ୍ୱୀକୃତି ମିଳିନି। କିନ୍ତୁ ଦୁଇ ଜଣ ମହିଳା ସେମାନଙ୍କ କଲେଜ ବେଳର ପ୍ରେମକୁ ସାକାର କରିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଘୋଷଣା କରିଛନ୍ତି।

ବୁନ୍ଦେଲଖଣ୍ଡର ଏକ ମନ୍ଦିରରେ ଏଭଳି ବିବାହ ସମ୍ପନ୍ନ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମହିଳା ଦ୍ୱୟ ଦୁଇ ଜଣ ପୁରୁଷଙ୍କୁ ବିବାହ କରିଥିଲେ। ହେଲେ ସେମାନଙ୍କୁ ଛାଡ଼ପତ୍ର ଦେଇ ୬ ବର୍ଷ ପରେ ଏଭଳି ସମଲିଙ୍ଗୀ ବିବାହ କରିଛନ୍ତି। ଜଣେ ମହିଳାଙ୍କ ବୟସ ୨୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୨୬ ବର୍ଷ। ସେମାନଙ୍କ ପରିଚୟ ଗୋପନ ରଖାଯାଇଛି।

ହେଲେ ଏମାନେ ହମିରପୁରରେ ରୁହନ୍ତି। ମନ୍ଦିରରେ କେବଳ ଫୁଲମାଳ ଅଦଳ ବଦଳ କରି ସେମାନେ ବିବାହ କରିଛନ୍ତି। କିନ୍ତୁ ମନ୍ଦିରରେ ବିବାହ ପାଇଁ ନାମ ପଞ୍ଜୀକରଣ ଖାତାରେ ସେମାନଙ୍କ ନାଁ ଲେଖାଯାଇନାହିଁ।

ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଧାରା ୩୭୭ରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯାଇ ପାରିବ ନାହିଁ ବୋଲି କହିଥିଲେ। ହେଲେ କୋର୍ଟ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇନାହାନ୍ତି।

ମହିଳା ଦ୍ୱୟଙ୍କ ଓକିଲ ଦୟା ଶଙ୍କର ତିୱାରୀ କହିଛନ୍ତି, “ ମନ୍ଦିରର ରେଜିଷ୍ଟ୍ରାର ବିବାହ ପଞ୍ଜୀକରଣ ରେଜିଷ୍ଟରରେ ଏମାନଙ୍କ ନାଁକୁ ସାମିଲ କରିନାହାନ୍ତି। କାରଣ ସମଲିଙ୍ଗୀ ବିବାହକୁ ଦେଶରେ ସ୍ୱୀକୃତି ମିଳିନି।”

ତଥାପି ମହିଳା ଦ୍ୱୟ ଆଶା ହରାଇ ନାହାନ୍ତି। ସେମାନେ କହିଛନ୍ତି, “ ଆମ ଓକିଲ କହିଛନ୍ତି ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦେଇଥିବାରୁ ଏବେ ଆମେ ଏକାଠି ରହିପାରିବୁ। ଆମକୁ କେହି ବି ଅଲଗା କରିପାରିବେ ନାହିଁ। ଆମେ ଏବେ ସାଧାରଣ ଦମ୍ପତିଙ୍କ ଭଳି ଏକାଠି ରହିବୁ।”

ଏହି ଦୁଇ ମହିଳା ୬ ବର୍ଷ ତଳେ କଲେଜରେ ପାଠ ପଢ଼ୁଥିବା ବେଳେ ପରସ୍ପରକୁ ଭେଟିଥିଲେ। କିନ୍ତୁ ଏମାନଙ୍କ ସମଲିଙ୍ଗୀ ପ୍ରେମକୁ ଦେଖି ପରିବାର ଲୋକ ଏମାନଙ୍କ ପାଠପଢ଼ା ବନ୍ଦ କରି ଦେଇଥିଲେ।

ପାଠପଢ଼ା ବନ୍ଦ ହେବାର ୬ ମାସ ମଧ୍ୟରେ ଘର ଲୋକ ଅନ୍ୟ ଦୁଇ ପୁରୁଷଙ୍କ ସେମାନଙ୍କ ବିବାହ କରିଦେଇଥିଲେ। କିନ୍ତୁ ସେମାନେ ସ୍ୱାମୀ ଦୁହିଁଙ୍କୁ ଛାଡ଼ପତ୍ର ଦେଇ ଏକାଠି ରହିବାକୁ ଲଢ଼େଇ ଆରମ୍ଭ କରିଥିଲେ। ଛାଡ଼ପତ୍ର ଦେଇଥିଲେ ମଧ୍ୟ ମହିଳା ଦ୍ୱୟ ଶାଶୂଘର ଲୋକଙ୍କଠାରୁ କୌଣସି ସମ୍ପତ୍ତି ଆଣିବେ ନାହିଁ ବୋଲି କହିଛନ୍ତି।

ଏହାପୂର୍ବରୁ ୧୯୮୭ରେ ପୁଲିସ୍‌ ଚାକିରି କରିଥିବା ଲୀଲା ଓ ଉର୍ମିଲା ନାମକ ଦୁଇ ଜଣ ମହିଳା ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ। ଏଥିପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା।

ସେହିପରି ଦେଶରେ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ମିଳୁ ନଥିବାରୁ ୧୯୯୫ରୁ ୨୦୦୩ ମଧ୍ୟରେ କେରଳର ୨୨ ଜଣ ସମଲିଙ୍ଗୀ ମହିଳା ଆତ୍ମହତ୍ୟା କରିଥିଲେ।



from Odisha Reporter http://bit.ly/2F0Bsno

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages