ତିନି ଲକ୍ଷ ଡିଲ୍‌ କରିଥିଲେ, ତା’ ପୂର୍ବରୁ ଧରାପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ତିନି ଲକ୍ଷ ଡିଲ୍‌ କରିଥିଲେ, ତା’ ପୂର୍ବରୁ ଧରାପଡ଼ିଗଲେ

bajrakapta

ମାଲକାନଗିରି(ଜିତେନ୍ଦ୍ର ବେଉରା): ରାଜ୍ୟରେ ଦିନକୁ ଦିନ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ୍‌ ବଢ଼ିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ନିୟମିତ ବ୍ୟବଧାନରେ ଏମିତି ଖବର ଆସୁଛି। ଗତକାଲି ମାଲକାନଗିରି ଜିଲ୍ଲାରେ ଏକ ବଜ୍ରକାପ୍ତା ଚାଲାଣ ରାକେଟ୍‌ର ମଧ୍ୟ ପର୍ଦ୍ଦାଫାଶ କରିଛି ବନ ବିଭାଗ।

କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲି ଗାଁରେ ବନ ବିଭାଗ ଚଢ଼ାଉ କରି ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଉଦ୍ଧାର କରାଯାଇଥିବା ବଜ୍ରକାପ୍ତାର ଓଜନ ପ୍ରାୟ ୬ କିଲୋ ହେବ। ବେପାରୀମାନେ ଏହି ବଜ୍ରକାପ୍ତାକୁ ୩ ଲକ୍ଷ ଟଙ୍କା ବିକ୍ରି କରିବା ପାଇଁ ଯୋଜନା କରିଥିଲେ।

ଗତକାଲି ଚିତ୍ରାଙ୍ଗପାଲି ଗାଁରେ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବା ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।

ଗତ ମାସରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବସ୍‌ଷ୍ଟାଣ୍ଡ ନିକଟରୁ ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ପଦ୍ମପୁରରୁ ଗୁଣୁପୁର ଦେଇ ଭୁବନେଶ୍ୱରକୁ ବଜ୍ରକାପ୍ତା ଚାଲାଣ କରୁଥିଲେ।

bbଓଡ଼ିଶାର ବିଭିନ୍ନ ସ୍ଥାନରୁ ମାଲେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡକୁ ବଜ୍ରକାପ୍ତା ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଏଥିରେ ଦଲାଲମାନେ ମାଲାମାଲ ହେଉଛନ୍ତି। ଏହି ବେପାର ପାଇଁ ଲକ୍ଷାଧିକ ଟଙ୍କାର ଡିଲ୍‌ ହେଉଥିବା କୁହାଯାଉଛି।



from Odisha Reporter http://bit.ly/2RtHOCu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages