ସିବିଆଇ: ନାଗେଶ୍ୱରଙ୍କ ନିଯୁକ୍ତି ବିରୋଧରେ ଆବେଦନର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସିବିଆଇ: ନାଗେଶ୍ୱରଙ୍କ ନିଯୁକ୍ତି ବିରୋଧରେ ଆବେଦନର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଏମ୍‌ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତି ବିରୋଧରେ ଆଗତ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ କରିବାର ସମ୍ଭାବନା ରହିଛି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଦାୟିତ୍ୱରୁ ବାହାର କରିଦିଆଯିବାପରେ ରାଓ ହିଁ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି।

ଦାୟିତ୍ୱ ନେବାର ଦୁଇ ଦିନରେ ଆଲୋକ ବର୍ମା ଯାହା ମଧ୍ୟ ନିଷ୍ପତ୍ତି ନେଇଥିଲେ ଏହା ପରେ ରାଓ ସେସବୁକୁ ପୂର୍ବବତ୍‌ କରିଦେଇଛନ୍ତି। ସେ ଆହୁରି ମଧ୍ୟ ସମଗ୍ର ଦେଶରେ ବିଭିନ୍ନ ଜୋନ୍‌ର ଚାପ ହ୍ରାସ ପାଇଁ ସିବିଆଇର ଗଠନଗତ ଢାଞ୍ଚାରେ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛନ୍ତି।

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ଏକ ଏନ୍‌ଜିଓ ରାଓଙ୍କ ନିଯୁକ୍ତି ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛି। ରାଓଙ୍କୁ ସରକାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ ଦେଇଥିବା ନିଯୁକ୍ତିକୁ ବାତିଲ କରିବାକୁ ଏଥିରେ ଆବେଦନ କରାଯାଇଛି।

ସାଧାରଣ କାରଣ ଭାବରେ ଏଥିରେ ଦର୍ଶାଯାଇଛି ଏହା ବେଆଇନ, ଏକଚ୍ଛତ୍ରବାଦୀ, ଠକାମୀ ଏବଂ ସର୍ବୋପରି ଦିଲ୍ଲୀ ପୁଲିସ୍‌ ବିଶେଷ ପ୍ରତିଷ୍ଠାନ ଆକ୍ଟର ଉଲ୍ଲଂଘନ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିବାପାଇଁ ଏଥିରେ ଦାବି କରାଯାଇଛି।

ଗତ ଅକ୍ଟୋବର ୨୩ ତାରିଖରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ରାତିଅଧିଆ ଛୁଟିରେ ପଠାଯିବାପରେ ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ନାଗେଶ୍ୱର ରାଓ ଭୋର ୨ଟାରେ ଦାୟିତ୍ୱ ନେଇଥିଲେ।



from Odisha Reporter http://bit.ly/2RPlfaD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages