
ବାରିପଦା(ମାଣିକ ଲାଲ ପାଣି): ପୁଣି ଥରେ ବ୍ୟାଙ୍କକୁ ଟାର୍ଗେଟ କରିଛନ୍ତି ଡକାୟତ। ମଙ୍ଗଳବାର ବାଲେଶ୍ୱର ସଦର ବ୍ଲକ୍ ପରିକ୍ଷୀସ୍ଥିତ ଆହ୍ଲାବାଦ ବ୍ୟାଙ୍କର ସଟର ଭାଙ୍ଗି ଲୁଟେରାମାନେ ଟଙ୍କା ଲୁଟି ନେଇଥିବା ବେଳେ ଆଜି ସମାନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।
ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପଛ ପଟ ଗ୍ରୀଲ୍ ଭାଙ୍ଗି ଡାକୟତମାନେ ଟଙ୍କା ଲୁଟି ନେଇଛନ୍ତି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ବ୍ୟାଙ୍କ ପଛରେ ଥିବା ପଞ୍ଚାୟତ କାର୍ଯ୍ୟାଳୟର ରାତ୍ରୀ ଜଗୁଆଳିକୁ ଡକାୟତମାନେ ବନ୍ଧୁକ ଦେଖାଇ ବାନ୍ଧି ପକାଇ ଲୁଟ୍ କରିଥିଲେ।
ପଞ୍ଚାୟତ ଅଫିସର ଜଗୁଆଳି କରିଛନ୍ତି,“ଗତକାଲି ବିଳମ୍ବିତ ରାତିରେ ବଡ଼ ଶଦ୍ଦ ହୋଇଥିଲା। ମୁଁ ବାହାରକୁ ଆସି ଟର୍ଚ୍ଚ ମାରିଥିଲି। ବାହାରେ କିଛି ଲୋକ ଦେଖାଯାଇଥିଲେ। ସେମାନେ ମୋ ଉପରକୁ ଟର୍ଚ୍ଚ ମାରିଥିଲେ। ସେମାନେ ମୋ ପାଖକୁ ଆସି ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଖୋଲିବାକୁ କହିଥିଲେ। ପରେ ସେମାନେ ମୋ ଗାମୁଛାରେ ମୋ ଗୋଡ଼ହାତ ବାନ୍ଧି ପକାଇଥିଲେ। ପରେ ବ୍ୟାଙ୍କର ପଛ ପଟ ଗ୍ରୀଲ୍ ଭାଙ୍ଗି ଭିତରେ ପଶିଥିଲେ। ସେମାନେ ହିନ୍ଦୀରେ କଥା ହେଉଥିଲେ।”
from Odisha Reporter http://bit.ly/2Aqyg0I
No comments:
Post a Comment