ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ନାପିଅର: ଆସନ୍ତା ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌ ପାଇଁ ଆଜି ନ୍ୟୁଜିଲ୍ୟାଣ୍ଡ ୧୪ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌ ୱେଲିଙ୍ଗଟନ୍‌ରେ ଖେଳାଯିବ।

ଆଜି ଘୋଷଣା ହୋଇଥିବା ସ୍କ୍ୱାଡ୍‌ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ରୁ ବାଦ ପଡ଼ିଥିବା ଅଧିନାୟକ କେନ୍‌ ୱିଲିମସନ୍‌ ଫେରିଛନ୍ତି। ସେହିପରି ଆହତ ସମସ୍ୟା ଯୋଗୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ ପଡ଼ିଥିବା ଜମି ନିଶାମଙ୍କ ବଦଳ ଖେଳାଳି ଭାବେ ସୁଯୋଗ ପାଇଥିବା ଡଗ ବ୍ରେସୱେଲ ୧୪ ଜଣିଆ ସ୍କ୍ୱାଡ୍‌ରେ ପୂର୍ବପରି ରହିଛନ୍ତି।

ତେବେ ହେନେରୀ ନିକୋଲାସଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇଛି। ଘରୋଇ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଡି ମିଚେଲ ଓ ବାଲାଇର ଟିକନେରଙ୍କୁ ପ୍ରଥମଥର ପାଇଁ ୧୪ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡ୍‌: କେନ୍‌ ୱିଲିମସନ୍‌(ଅଧିନାୟକ), ଡଗ୍‌ ବ୍ରେସୱେଲ, କୋଲିନ୍‌ ଡି ଗ୍ରାଣ୍ଡହୋମ, ଲୁକି ଫରଗୁସନ(ମ୍ୟାଚ୍‌ ୧ ଓ ୨), ମାର୍ଟିନ ଗପ୍ଟିଲ, ସ୍କଟ କୁଗେଲଜିନ୍‌, ଡି ମିଚିଲେ, କଲିନ୍‌ ମନରୋ, ମିଚେଲ ସାଣ୍ଟନର, ଟିମ୍‌ ସେଇଫର୍ଟ(ୱି), ଈଶ ଶୋଢ଼ି, ଟିମ୍‌ ସାଉଦି, ରସ୍‌ ଟେଲର ଓ ବାଲାଇର ଟିକନେର(ମ୍ୟାଚ୍‌ ୩)।



from Odisha Reporter http://bit.ly/2Wuf9w1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages