ନାଗେଶ୍ୱର ରାଓଙ୍କ ମାମଲାରୁ ଓହରିଲେ ପୁଣି ଜଣେ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 31, 2019

ନାଗେଶ୍ୱର ରାଓଙ୍କ ମାମଲାରୁ ଓହରିଲେ ପୁଣି ଜଣେ ବିଚାରପତି

ନୂଆଦିଲ୍ଲୀ: ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏମ୍‌ ନାଗେଶ୍ୱର ରାଓଙ୍କ ନିଯୁକ୍ତି ବିରୋଧରେ ଆଗତ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚି ଯାଇଛି। ଆଜି ଏହି ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣ ଓହରି ଯାଇଛନ୍ତି।

ଜଷ୍ଟିସ୍‌ ରମଣ ତୃତୀୟ ବିଚାରପତି ଭାବେ ନାଗେଶ୍ୱର ରାଓ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଏକେ ସିକ୍ରି ମଧ୍ୟ ମାମଲାର ଶୁଣାଣିରୁ ଓହରି ଯାଇଥିଲେ।

ଆଜି ମାମଲାର ଶୁଣାଣି ଜଷ୍ଟିସ୍‌ ରମଣଙ୍କ ଖଣ୍ଡପୀଠରେ ହେବାର ଥିଲା। ତେବେ ଶୁଣାଣି ଆରମ୍ଭରୁ ଏଥିରୁ ଓହରି ଯିବାକୁ ଜଷ୍ଟିସ୍‌ ରମଣ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ,“ ମୁଁ ଓ ନାଗେଶ୍ୱର ରାଓ ଗୋଟିଏ ରାଜ୍ୟର। ମୁଁ ତାଙ୍କ ଝିଅ ବାହାଘରକୁ ମଧ୍ୟ ଯାଇଥିଲି। ତେଣୁ ଏହାର ଶୁଣାଣି କରିବା ମୋ ପକ୍ଷରେ ସମ୍ଭବ ନୁହେଁ।”

ଆବେଦନକାରୀ ଓକିଲ ଦୁଷ୍ୟନ୍ତ ଡାଭେ ଏହି ସମୟରେ କହିଥିଲେ, “ଯଦି ଆପଣ ଶୁଣାଣି କରିବାକୁ ଚାହୁଁ ନାହାନ୍ତି, ତା’ହେଲେ ପ୍ରଧାନ ବିଚାରପତିଙ୍କୁ କହି ଏହି ମାମଲାର ଶୁଣାଣି ପାଇଁ ଏକ ଖଣ୍ଡପୀଠ ଗଠନ କରିବାକୁ କୁହନ୍ତୁ।” ଜଷ୍ଟିସ୍‌ ରମଣ କହିଥିଲେ “ମୁଁ କେମିତି ସିଜେଆଇଙ୍କୁ ଏ ସମ୍ପର୍କରେ କହିବି? ଆବେଦନର ତାଲିକା ରେଜିଷ୍ଟ୍ରୀ କରିବେ।”

ଏବେ ମାମଲାର ଶୁଣାଣି କେବେ, ତାହା ଜଣାପଡ଼ି ନାହିଁ। ସେହିପରି ଆସନ୍ତାକାଲି ନୂଆ ସିବିଆଇ ମୁଖ୍ୟ ଚୟନ ପାଇଁ ହାଇପାୱାର ସିଲେକ୍ସନ୍‌ କମିଟି ବସିବ। ତେଣୁ ଶୁଣାଣିର ମୂଲ୍ୟ ଆଉ ରହିବ ନାହିଁ ବୋଲି କୁହାଯାଉଛି।

ସିବିଆଇର ନଂ ୧ ଆଲୋକ ବର୍ମା ଓ ନଂ ୨ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ କେନ୍ଦ୍ର ସରକାର ଏମ ନାଗେଶ୍ୱର ରାଓଙ୍କୁ ସଂସ୍ଥାର ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ।



from Odisha Reporter http://bit.ly/2GaaJVc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages