ସାରାଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ସିମ୍ବା, ମିଳୁଛି ଅଫର୍ ପରେ ଅଫର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ସାରାଙ୍କ ପାଇଁ ଲକି ସାବ୍ୟସ୍ତ ହେଲା ସିମ୍ବା, ମିଳୁଛି ଅଫର୍ ପରେ ଅଫର୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସୈଫ୍ ନନ୍ଦିନୀ ସାରା ଅଲ୍ଲୀ ଖାନ୍‌ଙ୍କ ପାଇଁ  ୨୦୧୮ ଲକି ଥିଲା ନିଶ୍ଚୟ। ଗଲା ଡିସେମ୍ବର ପ୍ରଥମ ସପ୍ତାହରେ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ସେହି ମାସର ଶେଷ ସପ୍ତାହରେ ଆସିଥିଲା ଫିଲ୍ମ ‘ସିମ୍ବା’। ଉଭୟ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା। କହିବାକୁ ଗଲେ ସାରାଙ୍କୁ ଦୁଇଟି ଯାକ ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଆଉ ଖାସ୍‌ ଏଇଥି ପାଇଁ ତାଙ୍କ ମୁହଁରେ ହାତୀ ସୁନା କଳଶ ଢାଳୁଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। 

ପ୍ରଥମେ ‘ଏବିସିଡି-୩’ ଆଉ ଏବେ ତାଙ୍କୁ ମିଳିଛି ‘ବାଗୀ-୩’ ପାଇଁ ଅଫର୍‌।

ସୂଚନା ଅନୁଯାୟୀ, ସାରାଙ୍କ ବଢ଼ୁଥିବା ଲୋକପ୍ରିୟତାକୁ ଦେଖି ଫିଲ୍ମ ନିର୍ମାତା ସାଜିଦ୍‌ ନାଦିଆୱାଲା ତାଙ୍କୁ ଫିଲ୍ମ ‘ବାଗୀ-୩’ର ଅଫର୍‌ ଦେଇଛନ୍ତି। ଏଥିରେ ସାରା, ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିପାରନ୍ତି। ‘ବାଗୀ-୩’ ପାଇଁ ସାରା ହେଉଛନ୍ତି ମେକର୍ସଙ୍କ ପ୍ରଥମ ପସନ୍ଦ। କିନ୍ତୁ ସାରା ଏହି ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ସେ ବିଷୟରେ କିଛି ଜଣାପଡ଼ି ନାହିଁ।

‘ବାଗୀ’ର ଦୁଇଟିଯାକ ସିରିଜ୍ ବକ୍ସ ଅଫିସ୍‌ରରେ ବେଶ୍‌ ସଫଳତା ପାଇଥିଲା। ଏହାର ପ୍ରଥମ ପାର୍ଟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଦ୍ୱତୀୟ ପାର୍ଟରେ ଅଭିନେତ୍ରୀ ଦିଶା ପଟାନୀ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ସାରାଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ’ ଓ ‘ସିମ୍ବା’ କଥା କହିଲେ, ଏହି ଫିଲ୍ମ ଦୁଇଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି। ଏବେ ମଧ୍ୟ ଏହା ବକ୍ସ ଅଫିସ୍‌ରେ ଚାଲିଛି। ଆଉ ଉଭୟ ଫିଲ୍ମରେ ସାରାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା ମିଳିଛି। ‘କେଦାରନାଥ’ରେ ସାରାଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ୍ ଓ ‘ସିମ୍ବା’ରେ ରଣଭୀର ସିଂହ ରହିଛନ୍ତି। ଏଣୁ ସ୍ୱଭାବିକ୍‌ ଆମେ ଯେଉଁ ଦୁଇ ଫିଲ୍ମ କଥା କହୁଛୁ ଯଦି ସେଥିରେ ସାରା ନଜର ଆସନ୍ତି, ତା ହେଲେ ନିଶ୍ଚିତ ସଫଳ ହେବେ ବୋଲି ଆଶା।



from Odisha Reporter http://bit.ly/2QtdNNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages