
ପାଟନା: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୀତିକ କ୍ୟାରିୟର ଉପରେ ନିର୍ମିତ ବଲିଉଡ୍ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଫିଲ୍ମରେ ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ନାଁରେ ଏବେ ବିବାହାରର ଏକ କୋର୍ଟରେ ମାମଲା ରୁଜୁ ହୋଇଛି। କେବଳ ଅନୁପମ ନୁହନ୍ତି ଏହି ଫିଲ୍ମରେ ଅଭିନିୟ କରିଥିବା ଅକ୍ଷୟ ଖାନ୍ନାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏମାନେ କିଛି ଲୋକଙ୍କ ବ୍ୟକ୍ତିଗତ ଜୀବନର ଛବିକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ଆଇନ୍ଜୀବୀ ସୁଧୀର କୁମାର ଓଝା ମୁଜାଫରପୁରର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ରୁଜୁ କରିଥିବା ମାମଲାରେ ଉଲ୍ଲେଖ କରିଛନ୍ତି ଯେ, “ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚରିତ୍ରରେ ଅନୁପମ୍ ଖେର ଅଭିନୟ କରିଥିବା ବେଳେ ତାଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଚରିତ୍ରରେ ଅକ୍ଷୟ ଖାନ୍ନା ଅଭିନୟ କରିଛନ୍ତି।
ଏହି ଦୁଇ ଜଣ ମିଳିତ ଭାବେ ମନମୋହନ ଏବଂ ସଞ୍ଜନ ବାରୁଙ୍କ ମାନସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି। ଏହା ମୋତେ ଏବେ ଅନ୍ୟମାନଙ୍କୁ ଆଘାତ ଦେଇଛି। କେବଳ ଏହି ଦୁଇ ଜଣ ନୁହନ୍ତି, ଫିଲ୍ମରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାହୁଲ ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଥିବା ଚରିତ୍ରମାନେ ମଧ୍ୟ ପ୍ରକୃତ ବ୍ୟକ୍ତିଙ୍କ ମାନସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି।
ଏଥିସହ ସେ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛନ୍ତି। କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ଜାନୁଆରୀ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଛନ୍ତି।
from Odisha Reporter http://bit.ly/2SA6KEO
No comments:
Post a Comment