
କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ମହାନଦୀ ମୁହାଣରେ ଡ଼ଙ୍ଗା ବୁଡ଼ି ୧୦ ଜଣଙ୍କ ଜୀବନ ଯାଇଛି। ଏହାର ତଦନ୍ତ ହେବ। ନିୟମ କେଉଁଠି ଉଲ୍ଲଂଘନ ହୋଇଛି ତା’ର ଖୋଲତାଡ଼ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ।
ସେ କହିଛନ୍ତି-“ରାଜ୍ୟ ପରିବହନ ବିଭାଗ ଓ IWDର ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି। ବିସ୍ତୁତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ। ଏହାଛଡ଼ା ସବୁ ସ୍ଥାନରେ କଡ଼ା ନିୟମ ରହିଛି। ଏନେଇ ଲୋକେ ସଚେତନ ହେବା ଆବଶ୍ୟକ।”
ସେହିପରି ଏସ୍ଆରସି ବିଷ୍ଣୁପଦ ସେଠୀ କହିଛନ୍ତି-“ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନଥିଲା। ମାଛ ଧରିବା ଡଙ୍ଗାରେ ଯାତ୍ରୀ ପରିବହନ ହୋଇଥିଲା। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ସାମିଲ ଅଛନ୍ତି।”
ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆଠାରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା।
from Odisha Reporter http://bit.ly/2Ap561O
No comments:
Post a Comment