ପାଣ୍ଡ୍ୟା ଓ ରାହୁଲଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆରେ ସାମିଲ ହେଲେ ବିଜୟ ଏବଂ ଗିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ପାଣ୍ଡ୍ୟା ଓ ରାହୁଲଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆରେ ସାମିଲ ହେଲେ ବିଜୟ ଏବଂ ଗିଲ୍‌

cricket

ମୁମ୍ବାଇ: ବିବାଦୀୟ ହୋଇ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍‌ ରାହୁଲଙ୍କ ସ୍ଥାନରେ ବିଜୟ ଶଙ୍କର ଏବଂ ଶୁଭମାନ୍‌ ଗିଲ୍‌ଙ୍କୁ ବିସିସିଆଇ ଭାରତୀୟ ଟିମ୍‌ରେ ସ୍ଥାନ ଦେଇଛି। ପାଣ୍ଡ୍ୟାଙ୍କ ସ୍ଥାନରେ ବିଜୟ ଏବଂ ରାହୁଲଙ୍କ ସ୍ଥାନରେ ଗିଲ୍‌ଙ୍କୁ ସୁଯୋଗ ମିଳିଛି। ବିଜୟ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ରେ ସ୍ଥାନ ପାଇଥିବା ବେଳେ ଗିଲ୍‌ଙ୍କୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବାକୁ ଥିବା ଟିମ୍‌ ଇଣ୍ଡିଆରେ ନିଆଯାଇଛି।

ଅଷ୍ଟ୍ରେଲିଆରେ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ବିଜୟ ଟିମ୍‌ ଇଣ୍ଡିଆ ସହ ସାମିଲ ହେବେ। ସେହିପରି ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତୀୟ ଦଳ ୨୩ ଜାନୁଆରୀରୁ ନ୍ୟୁଜିଲ୍ୟାଣ୍ଡ ସହ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳିବେ।

ଭାରତ ପାଇଁ ୫ଟି ଟି-ଟ୍ୱେଣ୍ଟି ଖେଳି ସାରିଥିବା ବିଜୟ ୩ଟି ୱିକେଟ୍‌ ନେଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୪୧ଟି ମ୍ୟାଚ୍‌ ଖେଳି ୧୬୩୦ ରନ୍‌ କରିବା ସହ ୩୨ଟି ୱିକେଟ୍‌ ନେଇଛନ୍ତି।

ସେହିପରି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ୨୦୧୮ରେ ନିଜ କମାଲ ଦେଖାଇଥିବା ଗିଲ୍‌ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ୨୦୧୮ ଆଇପିଏଲ୍‌ରେ କୋଲକାତା ତରଫରୁ ଖେଳି ଗିଲ୍‌ ଭଲ ପ୍ରଦର୍ଶନ କରିଥିଲେ। ପଞ୍ଜାବ ତରଫରୁ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳନ୍ତି। ୨୦୧୮-୧୯ ରଣଜୀ ଟ୍ରଫିରେ ସେ ତାମିଲନାଡୁ ବିପକ୍ଷରେ ୨୬୮ ରନ୍‌ର ଦମଦାର ଇଂନିସ୍‌ ଖେଳିଥିଲେ। ଏହାସହ ରଣଜୀ ଟ୍ରଫିରେ ୫ଟି ମ୍ୟାଚ୍‌ରେ ସେ ଦୁଇଟି ଶତକ, ୪ଟି ଅର୍ଦ୍ଧଶତକ ମାରିବା ସହ ୭୨୮ ରନ୍‌ କରିଥିଲେ।

ସୂଚନାଯୋଗ୍ୟ, କରନ ଜୋହରଙ୍କ ଶୋ’ ‘କଫି ଉଇଥ କରନ’ରେ ରାହୁଲ ଓ ପାଣ୍ଡ୍ୟା ମହିଳାଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହାପରେ ବିସିସିଆଇ ଉଭୟଙ୍କୁ ଟିମ୍‌ରୁ ବାହାର କରିଦେଇଥିଲା।



from Odisha Reporter http://bit.ly/2VWRiVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages