କାଦର ଖାନ୍‍ଙ୍କ ପୁଅ କହିଲେ ବେଦରଦୀ ବଲିଉଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

କାଦର ଖାନ୍‍ଙ୍କ ପୁଅ କହିଲେ ବେଦରଦୀ ବଲିଉଡ୍

ମୁମ୍ବାଇ:ଦୀର୍ଘ ଦିନର ଅସୁସ୍ଥତା ପରେ କିଛି ଦିନ ତଳେ ବଲିଉଡ୍‌ର ବରିଷ୍ଠ ଅଭିନେତା କାଦର ଖାନ୍‍ ମୃତ୍ୟୁ ବରଣ କରିଛନ୍ତି। କାନାଡ଼ାରେ ଚିକିତ୍ସିତ ହେଉଥିବା ବେଳେ ଗତ ୩୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ କାନାଡ଼ାରେ କାଦର ଖାନ୍‍ ଯେତେବେଳେ ମେଡିକାଲରେ ଜୀବନ ପାଇଁ ସଂଘର୍ଷ କରୁଥିଲେ ବଲିଉଡ୍ ତାଙ୍କୁ ଭୁଲି ଯାଇଥିଲା। ଇଣ୍ଡଷ୍ଟ୍ରୀର କେତେ ଲୋକଙ୍କ ସହ କାମ କରି ସେମାନଙ୍କୁ ମଣିଷ କରିଛନ୍ତି। ହେଲେ କାଦର ଖାନ୍‌ଙ୍କ ଶେଷ ସମୟରେ ସମସ୍ତେ ଭୁଲି ଯାଇଥିଲେ। ଏମିତିକି ତାଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା କିଛି କଳାକାର ତାଙ୍କୁ ଆଦୌ ମନେ ପକାଇ ନଥିଲେ। ଏନେଇ ତାଙ୍କ ପୁଅ ସର୍ଫରାଜ୍‍ ଦୁଃଖ ପ୍ରକାଶ କରି ଅଭିମାନ କରିଥିଲେ।

କହିଥିଲେ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକମାନେ ବେଦରଦୀ। ସେ କହିଥିଲେ ଯେ, କାନାଡ଼ା ଯିବା ପରେ ତାଙ୍କ ବାପାଙ୍କୁ ସବୁ ଅଣଦେଖା କରିଥିଲେ। ବାପାଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ ଲୋକ ତାଙ୍କୁ ଫୋନ୍‌ ବି କରିନଥିଲେ। ଯେଉଁଥି ପାଇଁ ସରଫରାଜ୍‌ଙ୍କୁ ଭାରି ବାଧିଛି। ସେ କହିଥିଲେ ଯେ, ମୋ ବାପା ଫିଲ୍ମ ଇଣ୍ଡଷ୍ଟ୍ରୀର କେତେ ଲୋକଙ୍କ ସହ ଅତିନିକଟତର ଥିଲେ। କିନ୍ତୁ ସେ ଅଭମିତାଭ ବଚ୍ଚନଙ୍କୁ ଅଧିକ ଭଲ ପାଉଥିଲେ।

ଯେତେବେଳେ ମୁଁ ବାପାଙ୍କୁ ପଚାରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆପଣ କାହାକୁ ମିସ୍‌ କରନ୍ତି। ସେ ସଙ୍ଗେ ସଙ୍ଗେ ବଚ୍ଚନ୍‌ ସାହେବଙ୍କ ନା ନେଉଥିଲେ। ସର୍ଫରାଜ୍‍ କହିଥିଲେ ମୋ ବାପାଙ୍କର ଶେଷ ସମୟ ପର୍ଯ୍ୟନ୍ତ ବଚ୍ଚନ୍‌ ସାହେବ୍‌ ଫୋନ୍‌ କରୁଥିଲେ। ହେଲେ ଗୋବିନ୍ଦା ସହ ଏତେ ଫିଲ୍ମରେ କାମ କରି ମଧ୍ୟ ସେ ସହାନଭୁତି ଦେଖାଇବାତ ଦୂରର କଥା ଟିକେ ଫୋନ୍‌କବି କରିନଥିବା କହିଛନ୍ତି ସର୍ଫରାଜ୍‍ ।



from Odisha Reporter http://bit.ly/2GQfx4d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages