ଅଷ୍ଟ୍ରେଲିଆରେ ପୂଜାରା କଲେ ଏକାଧିକ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ଅଷ୍ଟ୍ରେଲିଆରେ ପୂଜାରା କଲେ ଏକାଧିକ ରେକର୍ଡ

ସିଡ୍‌ନୀ: ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୨୦୧୯ରେ ଜବରଦସ୍ତ ଆରମ୍ଭ କରିଛନ୍ତି। ୨୦୧୯ର ପ୍ରଥମ ଟେଷ୍ଟ୍‌ରେ ପୂଜାରା ଶତକୀୟ ଇନିଂସ ଖେଳିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ପୂଜାରା ୧୩୦ ରନ୍‌ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅପରାଜିତ ରହିଛନ୍ତି। ପୂଜାରାଙ୍କ ଶତକ ବଳରେ ଭାରତ ୪ ୱିକେଟ୍‌ ହରାଇ ୩୦୩ ରନ୍‌ କରିଛି।

ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ପୂଜାରାଙ୍କ ଏହା ତୃତୀୟ ଶତକ ହୋଇଥିବା ବେଳେ କ୍ୟାରିୟରର ୧୮ତମ ଶତକ। ସେ ୬୮ଟି ଟେଷ୍ଟ ମ୍ୟାଚ୍‌ରେ ୧୮ଟି ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ୧୨୩ ରନ୍‌ କରିଥିବା ବେଳେ ମେଲବର୍ଣ୍ଣରେ ୧୦୬ ରନ୍‌ ଏବଂ ଆଜି ୧୩୦ ରନ୍‌ର(ଅପରାଜିତ) ଇନିଂସ ଖେଳିଛନ୍ତି। ଏହି ୪ଟି ଟେଷ୍ଟରେ ସେ ୪୨୮ ରନ୍‌ କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‌ ହାସଲକାରୀ ମଧ୍ୟ ହୋଇଛନ୍ତି।

ପୂଜାରା ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ସିରିଜ୍‌ରେ ୩ଟି ଶତକ ହାସଲ କରିବାରେ ତୃତୀୟ ଭାରତୀୟ ହେବାର ରେକର୍ଡ କରିଛନ୍ତି। ଏହି ତାଲିକାରେ ବିରାଟ୍‌ କୋହଲି ସର୍ବାଧିକ ୪ଟି ଶତକ କରିଛନ୍ତି। ସେ ୨୦୧୪-୧୫ରେ ଏଭଳି ରେକର୍ଡ କରିଥିଲେ। ସେହିପରି କିମ୍ବଦନ୍ତୀ ବ୍ୟାଟସମ୍ୟାନ ସୁନୀଲ ଗାଭାସ୍କର ୧୯୭୭-୭୮ରେ ଗୋଟିଏ ସିରିଜ୍‌ରେ ୩ଟି ଶତକ ହାସଲ କରିଥିଲେ।

ପୂଜାରା ପ୍ରଥମ ଥର କୌଣସି ବିଦେଶ ମାଟିରେ ଗୋଟିଏରୁ ଅଧିକ ଶତକ ହାସଲ କରିଛନ୍ତି। ଆଜିର ଶତକ ପରେ ପୂଜାରା ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ଲକ୍ଷ୍ମଣ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୧୭ଟି ଶତକ ହାସଲ କରିଥିବା ବେଳେ ପୂଜାରାଙ୍କ ଶତକ ସଂଖ୍ୟା ୧୮ରେ ପହଞ୍ଚିଛି।

ଆଉ ଏକ ବିରଳ ରେକର୍ଡ କ୍ରମେ ଅଷ୍ଟ୍ରେଲିଆ ମାଟିରେ କୌଣସି ସିରିଜ୍‌ରେ ୧୦୦୦ରୁ ଅଧିକ ବଲ୍‌ ଖେଳିଥିବା ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ମଧ୍ୟ ପୂଜାରା ସାମିଲ ହୋଇଛନ୍ତି। ଏହି ତାଲିକାରେ ରାହୁଲ ଡ୍ରାଭିଡ୍‌ ଏକ ନମ୍ବର ସ୍ଥାନରେ ରହିଛନ୍ତି।



from Odisha Reporter http://bit.ly/2QkrLld

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages