ମହିଳା ସଶକ୍ତିକରଣ ଯୋଜନାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ମହିଳା ସଶକ୍ତିକରଣ ଯୋଜନାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

aparajita

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳା ସଶକ୍ତିକରଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ରାଜ୍ୟରେ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି। ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ଚାଲୁଥିବା ଅନେକ ଯୋଜନା ତାମିଲନାଡ଼ୁରୁ ଅନୁକରଣ କରାଯାଇଛି। ଆମ୍ମା ହୋଟେଲକୁ ଦେଖି ଓଡ଼ିଶାରେ ଆହାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ତାମିଲନାଡ଼ୁରେ ରହିଥିବା ଅନ୍ୟ ବିଭିନ୍ନ ଜନହିତକାରୀ ଯୋଜନାକୁ କାହିଁକି ରାଜ୍ୟରେ ଲାଗୁ କରୁନାହାନ୍ତି ସରକାର” ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ମିଶନ ଶକ୍ତି ନିର୍ଦ୍ଦେଶକ ଥିବା ବେଳେ ସେତେବେଳେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନାଁରେ ଏମିତି ଟଙ୍କା ଦେଉଥିଲେ। ବେଶି କିଛି ହୋଇନି, ୧୫ ବର୍ଷ ପରେ ବି ଏବେ ପଇସା ଦିଆଚାଲିଛି। ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ଦିଗରେ କ’ଣ କାମ କରିଛ ? ଯେଉଁ ଗାଁକୁ ଯାଉଛି, ବେରୋଜଗାର ମହିଳା ଓ ପିଲାଙ୍କୁ ଦେଖୁଛି। ସେମାନଙ୍କୁ ସ୍ଥାୟୀ ସମାଧାନ ଦରକାର। ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ରହିଥାନ୍ତା, ଆଜି ପ୍ରତ୍ୟେକ ବ୍ଲକରେ ବହୁ ଲଘୁ ଉଦ୍ୟୋଗ ହୋଇଥାନ୍ତା। ପ୍ରତି ପଞ୍ଚାୟତରେ ମହିଳାମାନେ କହିଥାନ୍ତେ ଆଜ୍ଞା ୩ ବର୍ଷ ପରେ କ’ଣ ୧୦୦୦ ଟଙ୍କା ଦେଉଛନ୍ତି? ମୋର ନିଜର ରୋଜଗାର ପ୍ରତିମାସ ୧୦,୦୦୦ ଟଙ୍କା ଅଛି ବୋଲି କହିଥାନ୍ତେ।”

ଉତ୍ତର ରଖିଲା ବିଜେଡି

ଅପରାଜିତାଙ୍କ ଏଭଳି ମନ୍ତବ୍ୟ ପରେ ଏହାର ଉତ୍ତର ରଖିଛି ବିଜେଡି। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ତାଙ୍କର ସେ ବିଷୟରେ କିଛି ଧାରଣା ନାହିଁ। ୨୦୧୬-୧୭ରେ ଦିଆଯାଇଥିଲା। ଏବେ ଯେଉଁ ନୂଆ ଏସ୍‌ଏଚ୍‌ଜି ହୋଇଛନ୍ତି, ସେମାନଙ୍କୁ ଦେବା ପାଇଁ ରାଜ୍ୟ ସରକାର ତାଙ୍କ ବଜେଟ୍‌ରେ ୪୫୦ କୋଟି ଟଙ୍କା ରଖିଛନ୍ତି। ଯେଉଁମାନେ ନୂଆ ହୋଇଛନ୍ତି, ସେମାନଙ୍କୁ ଦିଆଯାଉଛି। ପୂର୍ବରୁ ଯେଉଁ ଏସ୍‌ଏଚ୍‌ଜି ଗ୍ରୁପ୍‌ ଟଙ୍କା ପାଇ ନଥିଲେ, ସେମାନଙ୍କୁ ମଧ୍ୟ ଦିଆଯାଉଛି। ସେ (ଅପରାଜିତା) ଏବେ ନୂଆ ନୂଆ ରାଜନୀତିକୁ ପ୍ରବେଶ କରି ଥିବାରୁ ତାଙ୍କ ସମ୍ପର୍କରେ କିଛି କହିବାକୁ ଚାହୁଁନାହିଁ। ୨୦୧୪ ନିର୍ବାଚନ ପରଠାରୁ ବିଜେପି ଏପରି ଭାବରେ ମିଛ ଅପପ୍ରଚାର ସରକାରଙ୍କ ବିରୋଧରେ କରିଚାଲିଛନ୍ତି।”



from Odisha Reporter http://bit.ly/2GRkutB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages