
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ” ଓଡ଼ିଶାରେ ସ୍ଥାଣୁ, ଅପାରଗ, ସମ୍ୱେଦନହୀନ ଓ ଦାୟିତ୍ୱହୀନ ମିଛୁଆ ସରକାର ଚାଲିଛି। ସେହି ମିଛ କହୁଥିବା ସରକାରକୁ ଆଜି ଜବାବ ମାଗିବାର ସମୟ ଆସି ଯାଇଛି। ଏ ଅବସରରେ ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନରେ ସାମିଲ ହେବାପାଇଁ ୯୫୫୫୨୨୭୨୨୭ ନମ୍ୱରରେ ମିସ୍ଡ କଲ୍ କରିବାକୁ ଅନୁରୋଧ” କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଧର୍ମେନ୍ଦ୍ର କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଏହି ସ୍ଥାଣୁ ସରକାରଙ୍କୁ ଜବାବ ମାଗିଥିଲେ।”
ସେ ଆହୁରି କହିଛନ୍ତି-“ଯେଉଁ ସରକାର କବିବର ରାଧାନାଥ ରାୟ ଓ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମଧ୍ୟରେ ପ୍ରଭେଦ ବୁଝେ ନାହିଁ, ଯେଉଁ ସରକାର ମୃତା ପିପିଲି ଦୁଷ୍କର୍ମ ପୀଡ଼ିତାର ସମ୍ୱେଦନଶୀଳତାକୁ ବୁଝେନାହିଁ, ଯେଉଁ ସରକାର ବେକାର ଯୁବକଙ୍କ ଦୁଃଖ ବୁଝେ ନାହିଁ, ଯେଉଁ ସରକାର ମାଆ ଭଉଣୀଙ୍କୁ ବିଶୁଦ୍ଧ ପିଇବା ପାଣି, ଚାଷୀଙ୍କ ପାଇଁ ଧାନମଣ୍ଡି, ଜଳସେଚନ ଦେଇପାରେ ନାହିଁ ସେ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି।”
ମହିଳା, ଛାତ୍ର, ଯୁବକ, ଚାଷୀ, ଆଦିବାସୀ, ଦଳିତ, ପଛୁଆବର୍ଗ ଓ ଗରିବ ବର୍ଗ ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନରେ ସାମିଲ ହେବା ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।
from Odisha Reporter http://bit.ly/2RrGgIq
No comments:
Post a Comment