
ଭୁବନେଶ୍ୱର: କୋରାପୁଟର ସୁନାବେଢ଼ାଠାରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିଃ(ହାଲ୍) ଇଞ୍ଜିନ୍ ଡିଭିଜନ୍ର ୫ ଅଧିକାରୀଙ୍କ ବିରୋଧରେ ଆଜି ସିବିଆଇ ଏଫ୍ଆଇଆର୍ ରୁଜୁ କରିଛି। ଏହି ଅଧିକାରୀମାନେ ୨୦୧୩ରୁ ୨୦୧୮ ମଧ୍ୟରେ ୧୩ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହୋଇଛି।
ମାମଲା ରୁଜୁ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ହାଲ୍ର ଫାଇନାନ୍ସ ବିଭାଗର ବରିଷ୍ଠ ମ୍ୟାନେଜର ଭବେନ୍ ମିତ୍ର ରହିଛନ୍ତି। ଶ୍ରୀ ମିତ୍ର ଅନ୍ୟ ଅଧିକାରୀଙ୍କ ସହ ମିଶି ଜାଲ୍ କାଗଜପତ୍ର ମାଧ୍ୟମରେ ୧୩.୨୮ କୋଟି ଟଙ୍କା ହେରଫେର କରିଥିବା ସିବିଆଇ ପକ୍ଷରୁ କୁହାଯାଇଛି। ହାଲ୍ ଇଞ୍ଜିନ୍ ବିଭାଗର ମ୍ୟାନେଜର(ଭିଜିଲାନ୍ସ) ଉଦୟ କୁମାର ରାଉତ ପ୍ରଥମେ ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ସିବିଆଇ ମାମଲା ରୁଜୁ କରିଥିଲା।
ହାଲ୍ ଅଧିକାରୀଙ୍କ ବ୍ୟତୀତ କିଛି ଠିକାଦାର ଓ ପୂର୍ବତନ କର୍ମଚାରୀଙ୍କ ନାଁରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ହେରଫେର ଅଭିଯୋଗ ଗତବର୍ଷ ଆସିଥିଲା। ସେବେଠାରୁ ଶ୍ରୀ ମିତ୍ର ନିଲମ୍ବିତ ହୋଇଛନ୍ତି। ସିବିଆଇ ଏମାନଙ୍କ ନାଁରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି ଓ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି।
from Odisha Reporter http://bit.ly/2Gevy25
No comments:
Post a Comment