କାୟା ବିସ୍ତାର କରୁଛି ସ୍ୱାଇନ୍‌ ଫ୍ଲୁ, ନେଲାଣି ୧୬୯ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

କାୟା ବିସ୍ତାର କରୁଛି ସ୍ୱାଇନ୍‌ ଫ୍ଲୁ, ନେଲାଣି ୧୬୯ ଜୀବନ

ନୂଆଦିଲ୍ଲୀ: ଭୂତାଣୁ ସଂକ୍ରମିତ ସ୍ୱାଇନ୍‌ ଫ୍ଲୁ ଧୀରେଧୀରେ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏହି ଘାତକ ଭୂତାଣ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଇତି ମଧ୍ୟରେ ସ୍ୱାଇନ୍‌ ଫ୍ଲୁ ଦିଲ୍ଲୀରେ ୮ ଜଣଙ୍କ ଜୀବନ ନେଇ ସାରିଲାଣି। ଏହାକୁ ମିଶାଇ ଚଳିତ ବର୍ଷ ଦେଶରେ ସ୍ୱାଇନ୍‌ ଫ୍ଲୁ ଜନିତ ମୃତ୍ୟୁସଂଖ୍ୟା ୧୬୯ରେ ପହଞ୍ଚିଛି।

ଏନ୍‌ସିଡିସିର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶରେ ୪ ହଜାର ୫୭୧ ଜଣ ଲୋକ ସ୍ୱାଇନ୍‌ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କେବଳ ରାଜସ୍ଥାନରେ ଏହାର ୪୦% ଲୋକ ରହିଛନ୍ତି। ରାଜସ୍ଥାନରେ ସର୍ବାଧିକ ୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ଗୁଜରାଟରେ ୨୪ ଜଣଙ୍କ ଜୀବନ ଯାଇଛି।

ସେହିପରି ଦିନକୁ ଦିନ ଏହି ସ୍ୱାଇନ୍‌ ଫ୍ଲୁ ଜନିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ସ୍ୱାଇନ୍‌ ଫ୍ଲୁରେ ରାଜସ୍ଥାନର ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଦିଲ୍ଲୀରେ ଆଜି ୧୫ ଜଣ ନୂଆ ବ୍ୟକ୍ତି ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏନ୍‌ସିଡିସିର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସମେତ ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଓ ମହାରାଷ୍ଟ୍ରରେ ଏବେ ସ୍ୱାଇନ୍‌ ଫ୍ଲୁର ପ୍ରକୋପ ଅଧିକ ରହିଛି।

ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସୁଦ୍ଧ ସ୍ୱାଇନ୍‌ ଫ୍ଲୁରେ ୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏଯାଏ ୫୦୦ ଜଣ ଲୋକ ସ୍ୱାଇନ୍‌ ଫ୍ଲୁ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି।

ଏମ୍ସ, ଲୋକନାୟକ, ଆପୋଲ, ମ୍ୟାକ୍ସ ହସ୍ପିଟାଲ୍‌ରେ ଦିନକୁ ଦିନ ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି।

 



from Odisha Reporter http://bit.ly/2FU3PnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages