
ସିଡ୍ନୀ: ଭାରତର ପ୍ରଥମ ଇନିଂସ୍ ସ୍କୋର ୬୨୨ ରନ୍ର ପିଛା କରୁଥିବା ଘରୋଇ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ପହଞ୍ଚି ଯାଇଛି। କଙ୍ଗାରୁ ଟିମ୍ ୪ର୍ଥ ଟେଷ୍ଟ୍ର ତୃତୀୟ ଦିନର ଲଞ୍ଚ ସୁଦ୍ଧା ୧ ୱିକେଟ୍ ହରାଇ ୧୨୨ ରନ୍ କରିଛି।
ଲଞ୍ଚ ବେଳକୁ ଓପନର ମାରକ୍ସ୍ ହ୍ୟାରିସ୍ ୭୭ ଓ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ମାରନୁସ ଲବୁସାନ ୧୭ ରନ୍ କରି ଅପରାଜିତ ରହିଛନ୍ତି। ଦଳର ଏକମାତ୍ର ବ୍ୟାଟସ୍ମ୍ୟାନ୍ ଭାବେ ଉସ୍ମାନ ଖ୍ୱାଜା ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ତାଙ୍କୁ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଆଉଟ୍ କରିଛନ୍ତି।
ଅଷ୍ଟ୍ରେଲିଆ ଟିମ୍ ଏବେ ବି ଭାରତର ପ୍ରଥମ ଇନିଂସ୍ ସ୍କୋରଠାରୁ ୫୦୦ ରନ୍ ପଛରେ ରହିଛି।

ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍ମ୍ୟାନ୍ ଖ୍ୱାଜା ଏବଂ ହ୍ୟାରିସ୍ ୨୪ ରନ୍ରୁ ଆଜିର ଇନିଂସ୍ ଆରମ୍ଭ କରିଥିଲେ। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ଦଳୀୟ ସ୍କୋର ୭୨ ଥିବା ବେଳେ ଖ୍ୱାଜା(୨୭)ଙ୍କୁ କୁଲଦୀପ ଚେତେଶ୍ୱର ପୂଜାରାଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ।
ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଲବୁସାନ୍ ଅନ୍ୟତମ ଓପନର ହ୍ୟାରିସ୍ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇତି ମଧ୍ୟରେ ହ୍ୟାରିସ୍ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୫୦ ରନ୍ର ଭାଗୀଦାରି କରିଛନ୍ତି।
ଭାରତ ତା’ର ପ୍ରଥମ ଇନିଂସ୍ରେ ପୂଜାରା ଓ ପନ୍ତଙ୍କ ଶତକ ସହାୟତାରେ ୭ ୱିକେଟ୍ ହରାଇ ୬୨୨ ରନ୍ କରିବା ପରେ ପ୍ରଥମ ପାଳି ଘୋଷଣା କରିଥିଲା।
from Odisha Reporter http://bit.ly/2F9xNUB
No comments:
Post a Comment