
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାର୍ହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍ ତାର। ହେଲେ ସେଥିରେ ଛନ୍ଦି ହୋଇଗଲା ଏକ ବାଇକ୍। ଆଉ ବିଦ୍ୟୁତ୍ ଝଟ୍କାରେ ଟଳି ପଡ଼ିଲେ ଦୁଇ ବାଇକ୍ ଆରୋହୀ।
ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ ରକଲା ମାଳିସାହିରେ।
ମୃତ ବ୍ୟକ୍ତି ଦ୍ୱୟ ହେଲେ ଜ୍ୟୋତିଷ ଚନ୍ଦ୍ର ନାୟକ ଓ ଶୁକଦେବ ନାୟକ। ଏ ଦୁହେଁ ସଂପର୍କରେ ଶଳା-ଭିଣୋଇ ବୋଲି ଜଣାପଡ଼ିଛି।
ଜ୍ୟୋତିଷ ଓ ଶୁକଦେବ ଟେଣ୍ଟୋଲେଇରୁ ପୁଷ ପୁର୍ଣ୍ଣିମା ଯାତ୍ରା ଦେଖି ଫେରୁଥିବା ବେଳେ ଏପରି ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଦୁହଁଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2R8cdBd
No comments:
Post a Comment