କାଲି ‘କାଳିଆ’ର ଶୁଭାରମ୍ଭ: ସଚିବଙ୍କ ହିସାବ ସହ ମେଳ ଖାଉନି ମନ୍ତ୍ରୀଙ୍କ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

କାଲି ‘କାଳିଆ’ର ଶୁଭାରମ୍ଭ: ସଚିବଙ୍କ ହିସାବ ସହ ମେଳ ଖାଉନି ମନ୍ତ୍ରୀଙ୍କ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପୁରୀରେ ‘କାଳିଆ’ ଯୋଜନାର ଶୁଭାରମ୍ଭ ହେବ। ଏଥି ସହ ରାଜ୍ୟସ୍ତରୀୟ ଚାଷୀ ସମାବେଶ ଆୟୋଜିତ ହେବ। ହେଲେ କେତେ ଚାଷୀ ଟଙ୍କା ପାଇବେ ଓ କେମିତି ଟଙ୍କା ପାଇବେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କାରଣ ସମବାୟ ସଚିବ ଦେଉଥିବା ତଥ୍ୟ ସହ ଜମାରୁ ତାଳ ଖାଉନି ବିଭାଗୀୟ ମନ୍ତ୍ରୀଙ୍କ ହିସାବ। ପୁଣି ଅର୍ଥ ମନ୍ତ୍ରୀ ବି ଭିନ୍ନ ତଥ୍ୟ ରଖୁଛନ୍ତି। ଆଉ ଏପଟେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନକୁ ବିରୋଧ କରି ‘କାଳିଆ’କୁ ନେଇ ହାଇକୋର୍ଟରେ ଦାଏର ହୋଇଛି ମାମଲା। ଏହାକୁ ବିଚାର ପାଇଁ ଗ୍ରହଣ କରି ୪ ସପ୍ତାହରେ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ବହୁ ବାଦବିବାଦ, କଳିଗୋଳ ଓ ଆରୋପ ପ୍ରତ୍ୟାରୋପ ଭିତରେ ଆସନ୍ତାକାଲି ପୁରୀରୁ ଶୁଭାରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ‘କାଳିଆ’ ଯୋଜନା। ମାଳତୀପାଟପୁର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ। ହେଲେ କେତେ ଚାଷୀ ଟଙ୍କା ପାଇବେ ? କେବେ ସେମାନଙ୍କ ପାଖକୁ ଟଙ୍କା ଯିବ? ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। କାରଣ ସମବାୟ ସଚିବ କ୍ରିଷନ୍ କୁମାର ଦେଇଥିବା ତଥ୍ୟ ସହ ଜମାରୁ ମେଳ ଖାଉନି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହିସାବ।

ସଚିବଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ତାଲିକା ଅନୁସାରେ ଆସନ୍ତାକାଲି ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ସହାୟତା ଅର୍ଥ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦିଆଯିବ। ହେଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କେତେବେଳେ ଚାଷୀଙ୍କ ସଂଖ୍ୟା ୨ଲକ୍ଷ ୪୦ ହଜାର ତ ଆଉ କେତେବେଳେ ୨୨ ଲକ୍ଷ ବୋଲି କହୁଛନ୍ତି। ଖାଲି ସେତିକି ନୁହେଁ ଟଙ୍କା ମୁଖ୍ୟମନ୍ତ୍ରୀ ନିଜ ହାତରେ ବାଣ୍ଟିବେ ବୋଲି ମନ୍ତ୍ରୀ କହୁଛନ୍ତି।

ଆଉ ଏହି ଦୁଇଜଣଙ୍କ ସୂଚନାକୁ ଆଉ ପାଦେ ଆଗେଇ ନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, କାଲି ନୁହେଁ, ଆସନ୍ତା ସାଧାରଣତନ୍ତ୍ର ଦିବସରେ ଅର୍ଥାତ୍ ୨୬ ତାରିଖରେ ‘କାଳିଆ’ ଟଙ୍କା ଦିଆଯିବ।

ଆସନ୍ତାକାଲି ପୁରୀ ମାଳତିପାଟପୁରରେ ‘କାଳିଆ’ ଯୋଜନାର ସମାବେଶ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ହେଲେ ଆଜିଠୁ ହନ୍ତସନ୍ତ ହେଲେଣି ସାଧାରଣ ଲୋକେ। ସମାବେଶ ପାଇଁ ସରକାର କମ୍ ଦରରେ ବସ୍ ରିକ୍ୟୁଜିସନ କରିଥିବାରୁ ଏହାର ପ୍ରତିବାଦରେ ଆଜି କୋରାପୁଟ ଜିଲ୍ଲାର ଜୟପୁର ବସ୍ ମାଲିକ ସଂଘ ପକ୍ଷରୁ ୧୦ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରଖିଥିବା ବେଳେ ନବରଙ୍ଗପୁର ବସ୍ ମାଲିକ ମଧ୍ୟ ଏହାକୁ ସମର୍ଥନ କରିଛି। ସ୍ଥିତି ବିଗୁଡୁଥିବା ଦେଖି ସ୍ଥାନୀୟ ପରିବହନ ଅଧିକାରୀମାନେ ବସ୍ ମାଲିକଙ୍କ ସହ ଆଲୋଚନା କରି ବାଟ ବାହାର କରିଥିବା ଜଣାପଡ଼ିଛି।

ଗୋଟିଏ ପଟେ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଆଡ଼ମ୍ବରପୂର୍ଣ୍ଣ ପ୍ରଚାରପ୍ରସାର ଚାଲିଥିବା ବେଳେ ସେପଟେ ହାଇକୋର୍ଟରେ ପହଞ୍ଚିଛି ‘କାଳିଆ’। ଯୋଜନା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ଅର୍ଥ ପ୍ରଦାନକୁ ବିରୋଧ କରି ଦାଏର ହୋଇଥିବା ମାମଲାକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2WeTE25

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages