ଆନ୍ଧ୍ର ପରେ ବେଙ୍ଗଲରେ ବି ଏକାକୀ ଲଢ଼ିବ କଂଗ୍ରେସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଆନ୍ଧ୍ର ପରେ ବେଙ୍ଗଲରେ ବି ଏକାକୀ ଲଢ଼ିବ କଂଗ୍ରେସ!

ନୂଆଦିଲ୍ଲୀ: ବିଜେପିକୁ ଆସନ୍ତା ସାଧାରଣ ନିର୍ବାଚନରେ ମାତ ଦେବାକୁ ମହାଗଠବନ୍ଧନ ପାଇଁ ସବୁଠାରୁ ଅଧିକ ଉତ୍ସାହିତ ହୋଇଥିବା କଂଗ୍ରେସ ଏବେ ନିଜ ରଣନୀତି ବଦଳାଇବା ଆରମ୍ଭ କରିଛି।

କାହା ସହ ମେଣ୍ଟ ନ କରି କଂଗ୍ରେସ ଏକାକୀ ବିଭିନ୍ନ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଏକ ପ୍ରକାରର ନିଷ୍ପତ୍ତି ନେଇଛି। ପ୍ରଥମେ ଉତ୍ତର ପ୍ରଦେଶରେ ଏସପି ଓ ବିଏସ୍‌ପି ମେଣ୍ଟରୁ ବାଦ୍‌ ପଡ଼ିବା ପରେ କଂଗ୍ରେସ ନିଜର ରଣନୀତି ବଦଳାଇଥିବା କୁହାଯାଉଛି।

କଂଗ୍ରେସ ପୂର୍ବରୁ ଆନ୍ଧ୍ର ପ୍ରଦେଶର ୧୭୫ଟି ବିଧାନସଭା ଓ ୨୫ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିଥିଲା। ଏବେ ଦଳ ପଶ୍ଚିମବଙ୍ଗରେ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଗତ ୧୯ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କୁ ନେଇ ଏକ ବିଶାଳ ସମାବେଶ କରିଥିଲେ। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗଦେଇ ନଥିଲେ। କିନ୍ତୁ କଂଗ୍ରେସର ପ୍ରତିନିଧି ଭାବେ ଅଭିଷେକ ମନୁ ସିଙ୍ଘଭୀ ଓ ମଲ୍ଲିକାର୍ଜୁନ୍‌ ଖାଡ଼ଗେ ଏହି ସମାବେଶରେ ଉପସ୍ଥିତ ରହିଥିଲେ।

ତେବେ କଂଗ୍ରେସ ମମତା ବାନାର୍ଜୀଙ୍କ ସହ ହାତ ମିଳାଇବା ଉଚିତ ନୁହେଁ ବୋଲି ରାଜ୍ୟର ନେତାମାନେ ଦାବି କରିବା ଆରମ୍ଭ କରିଛନ୍ତି। ଏହି କାରଣରୁ ଦିନକୁ ଦିନ କଂଗ୍ରେସ ମୁଖିଆଙ୍କ ଉପରେ ଚାପ ବଢ଼ିବା ଆରମ୍ଭ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କେବଳ ଲୋକସଭା ନୁହେଁ ବରଂ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ କାହା ସହ ମେଣ୍ଟ କରିବ ନାହିଁ ବୋଲି ଚିନ୍ତା କରିଥିବା କୁହାଯାଉଛି।



from Odisha Reporter http://bit.ly/2T9zULp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages