୨୦୧୪ରେ ବିଗ୍‌ ବସ୍,୨୦୧୯ରେ ହାଉସରୁ ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

୨୦୧୪ରେ ବିଗ୍‌ ବସ୍,୨୦୧୯ରେ ହାଉସରୁ ଆଉଟ୍

SrikantJena

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନ ପରିଚାଳନାରେ ଓଡ଼ିଶାରେ କଂଗ୍ରେସ ପାଇଁ ‘ହିରୋ’ ପାଲଟିଥିବା ତତକାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ଜିରୋ’ ପାଲଟିଛନ୍ତି। ଦୀର୍ଘ ୨ଦଶନ୍ଧି ଧରି କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ପଦପଦବୀରେ ରହିଥିଲେ ମଧ୍ୟ ସଂଗଠନ ଓ ନେତୃତ୍ୱଙ୍କ ବିରୋଧରେ ବାରମ୍ବାର ପ୍ରତିକୂଳ ମନ୍ତବ୍ୟ ଦେବା ତାଙ୍କୁ ମହଙ୍ଗା ପଡ଼ିଛି। କଂଗ୍ରେସ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରିଛି।

୨୦୧୪ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା ଶ୍ରୀ ଜେନା ୨୦୧୯ ନିର୍ବାଚନ ପୂର୍ବରୁ ଦଳରୁ ବହିଷ୍କୃତ ହୋଇ ସାରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନବେଳେ ଜୟଦେବ ଜେନା ପିସିସି ସଭାପତି ଥିଲେ ମଧ୍ୟ ରାଜ୍ୟରେ କଂଗ୍ରେସ ସଂଗଠନର ପ୍ରକୃତ ନିୟନ୍ତ୍ରଣ ଶ୍ରୀକାନ୍ତଙ୍କ ହାତରେ ରହିଥିଲା। ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ଭାଗ୍ୟ ନିୟନ୍ତା ଭାବେ ଶ୍ରୀକାନ୍ତ କାର୍ଯ୍ୟ କରୁଥିଲେ ତଥା ଏଆଇସିସିରେ ତାଙ୍କର ଦବଦବା ମଧ୍ୟ ଥିଲା। ରାଜ୍ୟର ସାଂଗଠନିକ କାର୍ଯ୍ୟକ୍ରମରେ ତାଙ୍କର ଭୂମିକାକୁ ମଧ୍ୟ ଗାନ୍ଧି ପରିବାର ଆଖିବୁଜି ସମର୍ଥନ କରୁଥିଲା। ମାତ୍ର ଶ୍ରୀକାନ୍ତଙ୍କ ଦୋହରା ରାଜନୀତିକ ଚରିତ୍ର ଏବଂ ଦଳକୁ ରାଜ୍ୟରେ ସୁଦୃଢ଼ କରିବା ଭଳି ଦକ୍ଷତା ତାଙ୍କର ନଥିବା ସମ୍ପର୍କରେ ଗାନ୍ଧି ପରିବାର ଅବଗତ ହେବାପରେ ଗତକିଛି ବର୍ଷ ହେଲା ତାଙ୍କୁ ସାଇଡଲାଇନ୍ କରାଯାଇଛି। ତା’ ସତ୍ତ୍ୱେ ଏଆଇସିସିରେ ନିଜର ପୁରୁଣା ସମ୍ପର୍କ ବଳରେ ଶ୍ରୀକାନ୍ତ ରାଜ୍ୟରେ ଦଳୀୟ ସଂଗଠନରେ ନିଜର ଗୁରୁତ୍ୱ ଜାହିର କରିବାକୁ ପ୍ରୟାସ କରିଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚ୍ୟାଲେଞ୍ଜ କରି ସମାନ୍ତରାଳ ସଂଗଠନ ଚଳାଇବାକୁ ଶ୍ରୀକାନ୍ତଙ୍କ ପ୍ରୟାସକୁ ଝଟକା ଲାଗିଛି। ନିରଞ୍ଜନଙ୍କ ଉପରେ ଆସ୍ଥା ପ୍ରକଟ କରି ଶ୍ରୀକାନ୍ତଙ୍କୁ ଦଳରୁ ବହିଷ୍କାର କରିବା ଭଳି କଠୋର ନିଷ୍ପତ୍ତି ଏଆଇସିସି ନେଇଛି। କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି କଟୁ ମନ୍ତବ୍ୟ ଦେବା ପଛରେ ମଧ୍ୟ ଶ୍ରୀକାନ୍ତଙ୍କ ଗୋଟିଚାଳନା ଥିବା କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି। କିନ୍ତୁ ନିରଞ୍ଜନ ନିଜର ଦକ୍ଷତାର ପରିଚୟ ଦେଇ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତ ଓ ସଗରିଆଙ୍କୁ ଏଭଳି ଚକମା ଦେବାରେ ସକ୍ଷମ ହୋଇଛନ୍ତି। ଆଉ ବିଜୁବାବୁଙ୍କ ଅମଳରୁ ‘ଅବୁଝା ପୁଅ’ ଓ ରାଜନୀତିକ ଗୁରୁତ୍ୱ ବହନ କରୁଥିବା ଶ୍ରୀକାନ୍ତ ଏବେ ନିଜର ରାଜନୀତିକ ଅସ୍ତିତ୍ୱ ସଙ୍କଟ ଭିତରକୁ ଠେଲି ହୋଇଯାଇଛନ୍ତି ବୋଲି ଚର୍ଚ୍ଚା।



from Odisha Reporter http://bit.ly/2RHtqqB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages