‘ଟ୍ରେନ୍ ୧୮’ ପରିକଳ୍ପନା ପଛରେ କିଏ ସେହି ଓଡ଼ିଆ ବିଶ୍ୱକର୍ମା, ଭେଟନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

‘ଟ୍ରେନ୍ ୧୮’ ପରିକଳ୍ପନା ପଛରେ କିଏ ସେହି ଓଡ଼ିଆ ବିଶ୍ୱକର୍ମା, ଭେଟନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଭାରତରେ ପ୍ରଥମ ଥର ପାଇଁ ସବୁଠୁ ଦ୍ରୁତ୍‌ ଗତିର ଗଡିବାକୁ ଯାଉଥିବା ଟ୍ରେନ୍‌ ହେଉଛି ‘ଟ୍ରେନ୍‌ ୧୮’। ଯାହାକୁ ମିନି ବୁଲେଟ୍‌ ଟ୍ରେନ୍‌ ବୋଲି କୁହାଯାଉଛି। ଇଞ୍ଜିନ୍‌ ବିହୀନ ଏହି ଟ୍ରେନ୍‌ ଭାରତୀୟ ରେଲୱେର ଏକ ବଡ ଉପଲବ୍ଧି ବୋଲି କୁହାଯାଉଛି। ତେବେ ଏହି ସଫଳତା ଓଡ଼ିଶା ପାଇଁ  ମଧ୍ୟ ଗର୍ବ ଆଣି ଦେଇଛି। କାରଣ ଏହି ମେଗା ପ୍ରୋଜେକ୍ଟ ପଛରେ ରହିଛି ଜଣେ ଓଡ଼ିଆ ବିନ୍ଧାଣିଙ୍କ ହାତ। ଯାହାଙ୍କ ବୁଦ୍ଧି ଓ ଜ୍ଞାନ କୌଶଳ ଏହି ମିନି ବୁଲେଟ୍‌ ଟ୍ରେନ୍‌ଟି ପୂର୍ଣ୍ଣ ରୂପ ପାଇପାରିଛି।

ହେଲେ କିଏ ସେହି ବିଶ୍ୱକର୍ମା ଯାହାଙ୍କ ସ୍ପର୍ଷରେ ଏତେ ବଡ଼ ପ୍ରକଳ୍ପ ସାକାର ହୋଇପାରିଛି ? ସେ ହେଉଛନ୍ତି ଓଡ଼ିଶାର ଗୌରବ ତଥା ଇଞ୍ଜିନିୟର ଦେବୀ ପ୍ରସାଦ ଦାଶ୍‌। ଚେନ୍ନାଇ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟିରୀ (ଆଇସିଏଫ୍ )ରେ ତିଆରି ହୋଇଥିବା ଟ୍ରେନ୍- ୧୮ର  ମୁଖ୍ୟ ଡିଜାଇନ୍ ଇଞ୍ଜିନିୟର୍ ହେଉଛନ୍ତି ଦେବୀ ପ୍ରସାଦ। ଭାରତୀୟ ରେଳବାଇର ୧୯୮୭ ବ୍ୟାଚର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଅଫିସର ହେଉଛନ୍ତି ଦେବୀ ପ୍ରସାଦ। ଏହି ପ୍ରକଳ୍ପ ପାଇଁ ୨୭ ଜଣିଆ ଟିମ୍ ଗଠନ କରି ୬ ମାସ ଭିତରେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି ସେ । ଏହି ଦଳରେ ଥିବା ଦକ୍ଷ ଇଞ୍ଚିନିୟର୍ ,ଡିଜାଇନର୍ ଓ ସୁପରଭାଇଜର୍ ମଧ୍ୟ ଦେବୀ ପ୍ରସାଦଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଓଡିଶାରେ ଜନ୍ମିତ ଏହି ବିଜ୍ଞ ଇଞ୍ଜିନିୟର୍ ଅନେକ କାମରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ରାତିଦିନ ଏକ କରି ୩୦୦ ଜଣ ସଦସ୍ୟଙ୍କ ସହ କାମ କରିବାର ଅନୁଭୂତିକୁ ସେ ବଖାଣିଛନ୍ତି। ଶ୍ରୀଯୁକ୍ତ ଦାସଙ୍କ କହିବା ଅନୁଯାୟୀ,ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଚ ଥିଲା ସତ କିନ୍ତୁ ସାହସ ଓ ସଂକଳ୍ପ ଏ କାମକୁ ସହଜ କରିଦେଲା।

ନା ରବିବାର ନା ଛୁଟି

ଏହି ଓଡିଆ ଇଞ୍ଜିନିୟର ଜଣକ ଯେମିତି ସମୟାନୁବର୍ତ୍ତିତା ସେମିତି ନିଜ କର୍ମ ପ୍ରତି ଉତ୍ସର୍ଗୀକୃତ। ଏମିତିକି ରବିବାର ମଧ୍ୟ ଅଫିସ ଯାଉଥିଲେ। ଆଉ ଜମାରୁ ଛୁଟି ନେଉ ନଥିଲେ। ଦୈନିକ ସକାଳ ୭ଟା ୩୦ରୁ ୮ଟା ମଧ୍ୟରେ କାମ ଆରମ୍ଭ କରି ରାତି ୯ଟାରେ ଘରକୁ ଫେରନ୍ତି। କାଳେ ଟିମ୍‌ର ଅନ୍ୟ ସଦସ୍ୟମାନ ନର୍ଭସ୍‌ ହୋଇଯିବେ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ  ପାଖେ ପାଖେ ରହୁଥିଲେ।

ଟ୍ରେନ୍ – ୧୮ ପଛର କାହାଣୀ

ଦେବୀ ପ୍ରସାଦ ଭାବୁଥିଲେ ଏହି ଟ୍ରେନ୍‌ ନିର୍ମାଣ ୨୦୧୮ରେ ଶେଷ ହୋଇଯିବ। କାରଣ ତାଙ୍କ ଉପରିସ୍ଥତ ଅଧିକାରୀ (ICF ସୁଧାଂଶୁ ମଣି) ଏବଂ ରେଲୱେ ବୋର୍ଡ ଅଧ୍ୟକ୍ଷ ଅଶ୍ୱିନି ଲୋହାନି ଅବସର ନେବାକୁ ଯାଉଥିଲେ।

ଏହା ବ୍ୟତୀତ ICF ଦେଶର ପ୍ରଥମ ଲୋକୋମୋଟିବ୍‌-ଲେସ୍‌ ଟ୍ରେନ୍‌ ଗଡାଇବା ପାଇଁ ପାଖାପାଖି ୧୮ମାସ ସମୟ ନେଇଥିଲେ। ଯେଉଁଠି ଏତେ ବଡ ଯୋଜନା ପାଇଁ ସାଧାରଣତଃ ୩ରୁ ୪ବର୍ଷ ସମୟ ନିଆଯାଏ। ହେଲେ ଏହାକୁ ମାତ୍ର ୧୮ ମାସରେ ଶେଷ କରାଯାଇଥିବାରୁ ଟ୍ରେନ୍‌ର ନାଁ ‘ଟ୍ରେନ୍‌ ୧୮’ ରଖାଯାଇଛି।

ଟ୍ରେନ୍ – ୧୮ ପାଇଁ ଚିନ୍ତା ହେଲା କେମିତି ?

ଦେବୀ ପ୍ରସାଦ ଦାସଙ୍କ କହିବାନୁସାରେ ସେ ଏହି ୨୦୧୬ରେ ସେ ଏହି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଭାରତ ସରକାର ଏହାକୁ ୨୦୧୭ ମାର୍ଚ୍ଚ ମାସରେ ଆପଣାଇ ଏପ୍ରିଲ ମାସରେ କାମ ଆରମ୍ଭ କଲେ।

ଅନ୍ୟ ଟ୍ରେନ୍ ଗୁଡ଼ିକ ଠାରୁ ଭିନ୍ନ

ଏହି ବୁଲେଟ୍‌ ଟ୍ରେନ୍‌ ଅନ୍ୟ ଟ୍ରେନ୍‌ ଗୁଡ଼ିକଠାରୁ ଭିନ୍ନ। ଏଥିରେ ଅଟୋମେଟିକ୍ ଡୋର୍ ସିଷ୍ଟମ୍ ରହିବା ସହ ୱାଇ-ଫାଇ ସିଷ୍ଟମ, ଜିପିଏସ୍ ବେସଡ୍ ପାସେଞ୍ଜର୍ ଇନଫରମେସନ୍ ସିଷ୍ଟମ୍, ମୋଡୁଲାର୍ ଟଏଲେଟ୍ ୱିଥ୍ ବାୟୋ-ଭାକ୍ୟୁମ୍ ସିଷ୍ଟମ୍ ,ବୁଲୁଥିବା ସିଟ୍,ଏଲଇଡି ଲାଇଟ୍ ଏବଂ ଦିବ୍ୟାଙ୍ଗଙ୍କ ସୁବିଧା ଥିବା ଶୌଚାଳୟ ମଧ୍ୟ ରହିଛି । ଯାହା ଅନ୍ୟ ଟ୍ରେନ୍‌ ଗୁଡ଼ିକଠାରୁ ‘ଟ୍ରେନ୍ ୧୮’ କୁ ଭିନ୍ନ କରେ ।

Meet an Odia brain behind Train 18, India’s fastest and engineless train



from Odisha Reporter http://bit.ly/2RSsyyq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages