ବିଚ୍‌ ରାସ୍ତାରେ ମାଡ଼ ଖାଇଲେ ଦୀପକ୍‌ କଲାଲ୍‌, ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ବିଚ୍‌ ରାସ୍ତାରେ ମାଡ଼ ଖାଇଲେ ଦୀପକ୍‌ କଲାଲ୍‌, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ରେ ନିଆରା ଭିଡିଓ ଅପଲୋଡ୍‌ କରି ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦୀପକ୍‌ କଲାଲ୍‌ଙ୍କୁ ବିଚ୍‌ ରାସ୍ତାରେ ମାଡ଼ ମରାଯାଇଛି। ଦୀପକ୍‌ ମାଡ଼ ଖାଉଥିବାର ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ବି ହେଉଛି। ଏହି ଭିଡିଓଟି କେହି ଗୁରୁଗ୍ରାମ୍‌ ନିକଟରେ ଶୁଟିଂ ହୋଇଥିବା କହୁଥିବାବେଳେ ଆଉ କେହି ଏହାକୁ ଦିଲ୍ଲୀର ବୋଲି କହୁଛନ୍ତି।

କିଛି ଦିନ ତଳେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସହ ନିଜ ବାହାଘରର କାର୍ଡ ସୋଶାଲ୍‌ ମିଡିଆରେ ଅପ୍‌ଲୋଡ୍‌ କରି ଦୀପକ୍‌ ଚର୍ଚ୍ଚାରେ ଥିଲେ। ତେବେ ଏବେ ଭାଇରାଲ୍‌ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଦୀପକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଏପରିକି ମାଡ଼ ମାରିଲା ବେଳେ ସେହି ବ୍ୟକ୍ତି ଦୀପକ୍‌ଙ୍କ ପ୍ରତି କିଛି ଅପଶବ୍ଦ ମଧ୍ୟ କହୁଛନ୍ତି। ଭିଡିଓରେ ଦୀପକ ବହୁତ୍‌  ଭୟରେ ଥିବା ନଜର ଆସିଛି।

ଭିଡିଓରେ ଦୀପକଙ୍କୁ ମାରୁଥିବା ବ୍ୟକ୍ତି କହୁଛନ୍ତି ଯେ ଅନେକ ଲୋକ ୟୁଟ୍ୟବ୍‌ରେ ଦୀପକ ଅପ୍‌ଲୋଡ୍‌ କରୁଥିବା ଆପତ୍ତିଜନକ ଭିଡିଓ ଦେଖୁଛନ୍ତି। ଏହି ଭିଡିଓରୁ ତାଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଛି। ବ୍ୟକ୍ତି ଜଣକ ଏହା ମଧ୍ୟ କହୁଛନ୍ତି ଯେ ଦୀପକଙ୍କର ଏଭଳି ଆପତ୍ତିଜନକ ଭିଡିଓକୁ ପିଲାମାନେ ଦେଖୁଥିବାରୁ ସେମାନଙ୍କ ଉପରେ  ମଧ୍ୟ ଖରାପ ପ୍ରଭାବ ପଡ଼ୁଛି। ଏହାସହ ଦୀପକଙ୍କ ମାଆ ଜଣେ ଭଦ୍ର ମହିଳା ହୋଇଥିଲେ ହେଁ ଦୀପକ ନିଜ ପବ୍ଲିସିଟି ପାଇଁ ତାଙ୍କ ଭିଡିଓରେ ମା’ଙ୍କୁ ମଧ୍ୟ ସାମିଲ୍‌ କରୁଛନ୍ତି। ତେଣୁ ତାଙ୍କ ଭିଡିଓରେ ମା’ଙ୍କୁ ସାମିଲ ନ କରିବାକୁ ଏବଂ ଆଉ ଏଭଳି ଭିଡିଓ ଅପଲୋଡ୍‌ ନ କରିବାକୁ  ସଂପୃକ୍ତ ବ୍ୟକ୍ତି ଦୀପକଙ୍କୁ ଧମକ ମଧ୍ୟ ଦେଉଛନ୍ତି। ଦୀପକ୍‌ ମଧ୍ୟ ଡରିଯାଇ ସେହି ବ୍ୟକ୍ତିଙ୍କୁ କ୍ଷମା ମାଗୁଛନ୍ତି ଓ ଏଭଳି ଭିଡିଓ ଆଉ ବନାଇବେ ନାହିଁ କି ଅପ୍‌ଲୋଡ୍‌ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି।

କିଛିଦିନ ତଳେ ଦୀପକ କଲାଲ୍‌, ରାକ୍ଷୀ ସାୱନ୍ତଙ୍କ ସହ ନିଜ ବାହାଘର ନେଇ ଏକ କାର୍ଡ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ। ପରେ ନିଜେ ରାକ୍ଷୀ ଇନ୍‌ଷ୍ଟାଗ୍ରାମ୍‌ର ଏହି କାର୍ଡ଼କୁ ଶେଆର୍‌ କରି ଗତ ଡିସେମ୍ବର ୩୧ରେ ଦୀପକଙ୍କ ସହ ନିଜ ବାହାଘର ଘୋଷଣା କରିଥିଲେ। ବାହାଘରର ଭେନ୍ୟୁ ଲସ୍‌ ଆଞ୍ଜଲସ୍‌ ରଖାଯାଇଥିଲା। ତେବେ ଏହାର କିଛିଦିନ ପରେ ରାକ୍ଷା ଏହାକୁ ପବ୍ଲିସିଟି ଷ୍ଟଣ୍ଟ କହିବା ସହ ଏଥିପାଇଁ ଦୀପକ୍‌ କଲାଲ୍‌ ଦାୟୀ ବୋଲି କହିଥିଲେ।



from Odisha Reporter http://bit.ly/2HjmGtW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages