
ଜିନ୍ଦ: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଉପ ନିର୍ବାଚନରେ ବିଜେପି ବାଜିମାତ କରିଛି। ହରିଆଣାର ହାଇପ୍ରୋଫାଇଲ୍ ଜିନ୍ଦ ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରଥମଥର ପାଇଁ ଜିତିଛି। ଏହି ଆସନରେ ବିଜେପିର କ୍ରିଷ୍ଣା ମିଧା ତାଙ୍କ ପ୍ରତିପକ୍ଷ ଜନନାୟକ ଜନତା ପାର୍ଟି(ଜେଜେପି)ର ଦିଗବିଜୟ ସିଂହ ଚୌତାଲାଙ୍କୁ ୧୨, ୯୩୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି।
ଏହି ଆସନରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା ଲଢ଼ୁଥିଲେ ହେଁ ଲୋକଙ୍କ ସମର୍ଥନ ହାସଲ କରିପାରି ନାହାନ୍ତି। ସେ ତୃତୀୟ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ରାଜସ୍ଥାନର ରାମଗଡ଼ ଉପ ନିର୍ବାଚନରେ କଂଗ୍ରେସ ଜିତିଛି। କଂଗ୍ରେସର ଶଫିଆ ଜୁବେର ଖାନ୍ ପ୍ରତିପକ୍ଷ ବିଜେପିର ସୁଖୱନ୍ତ ସିଂହଙ୍କୁ ୧୨,୨୨୮ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଏହି ବିଜୟ ସହ ରାଜସ୍ଥାନ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି।
ଜିନ୍ଦ ଆସନରେ ବିଜେପି ଆର୍ୟୁବେଦିକ ମେଡିସିନ୍ରେ ଗ୍ରାଜୁଏଟ୍ କରିଥିବା କ୍ରୀଷ୍ଣା ମିଧାଙ୍କୁ ପ୍ରାର୍ଥୀ କରିଥିଲା। ସେ ୫୦,୫୬୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଜେଜେପିର ଦିଗବିଜୟ ସିଂହ ଚୌତାଲା ୩୭,୬୩୧ ଖଣ୍ଡ ଭୋଟ ପାଇଛନ୍ତି।
ସେହିପରି କଂଗ୍ରେସ ଏଠାରେ ମୁଖ୍ୟ ମୁଖପାତ୍ର ସୂର୍ଯ୍ୟେୱାଲାଙ୍କୁ ପ୍ରାର୍ଥୀ କରିଥିଲେ ହେଁ ସେ ମାତ୍ର ୨୨,୭୪୦ ଖଣ୍ଡ ଭୋଟ ପାଇଛନ୍ତି। ଏହି ଜିନ୍ଦ ଆସନ ସର୍ବଦା ଆଇଏନ୍ଏଲ୍ଡି କିମ୍ବା କଂଗ୍ରେସ ପାଖକୁ ଯାଉଥିଲା। କିନ୍ତୁ ଏଥର ବିଜେପି ପ୍ରଥମଥର ଏଠାରେ ଜିତିବାକୁ ସକ୍ଷମ ହୋଇଛି।
from Odisha Reporter http://bit.ly/2G9iRFH
No comments:
Post a Comment