
ନାନ୍ଦେଦ: ବିଭିନ୍ନ ସ୍କୁଲରେ ମଧ୍ୟାହ୍ଣ ଭୋଜନରେ ଦିଆଯାଉଥିବା ଖାଦ୍ୟ କେତେ ସୁରକ୍ଷିତ, ତା’ର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରର ନାନ୍ଦେଦ ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି। ଏଠାରେ ଥିବା ଗରଘାଭନ୍ ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ଣ ଭୋଜନ ଖେଚୁଡ଼ିରୁ ସାପ ଭଳି ବିଷାକ୍ତ ଜନ୍ତୁ ବାହାରିଛି।
ବୁଧବାର ମଧ୍ୟାହ୍ଣ ଭୋଜନ କର୍ମଚାରୀମାନେ ପରସୁଥିବା ବେଳେ ହଠାତ୍ ଖେଚୁଡ଼ି ଥିବା ଡ୍ରମରେ ମଲା ସାପ ରହିଥିବା ଦେଖିବାକୁ ମିଳିଥିଲା। ନାନ୍ଦେଦ ଜିଲ୍ଲାର ଡିଇଓ ପ୍ରଶାନ୍ତ ଦିଗ୍ରସକର ଘଟଣାକୁ ସ୍ୱୀକାର କରିବା ସହ କହିଛନ୍ତି ଯେ ସାପ ମିଳିବା ପରେ ପିଲାମାନଙ୍କୁ ସେହି ରନ୍ଧା ଖାଦ୍ୟ ଖାଇବାକୁ ଦିଆଯାଇ ନଥିଲା। ଏବେ ଡିଇଓ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏହି ଖେଚୁଡ଼ି ରାନ୍ଧିବା ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବା ଜଣାପଡ଼ିଛି।
from Odisha Reporter http://bit.ly/2SeRRei
No comments:
Post a Comment