ତିନି ଦଶନ୍ଧିର ସଂଘର୍ଷ ପରେ ସେନା ଅଧିକାରୀଙ୍କ ବିଧବା ପତ୍ନୀଙ୍କୁ ମିଳିଲା ପେନ୍‌ସନ୍‌, ଏକା ଥରେ କୋଟିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ତିନି ଦଶନ୍ଧିର ସଂଘର୍ଷ ପରେ ସେନା ଅଧିକାରୀଙ୍କ ବିଧବା ପତ୍ନୀଙ୍କୁ ମିଳିଲା ପେନ୍‌ସନ୍‌, ଏକା ଥରେ କୋଟିଏ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବଞ୍ଚିଥିବା ବେଳେ ଦେଶ ମାତୃକାର ସେବା କରିଥିଲେ। ଭରାତୀୟ ସେନାବାହିନୀରେ ଇଞ୍ଜିନିୟର୍‌ ଭାବେ ଯୋଗ ଦେଇ ପରେ କଲୋନେଲ୍‌ ଜେନେରାଲ୍‌ ପଦବୀରେ ଅବସ୍ଥାପିତ ମଧ୍ୟ ହୋଇଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ପେନ୍‌ସନ୍‌ ପାଇଁ ବିଧବା ପତ୍ନୀଙ୍କୁ ବାର ଦୁଆର ଶୁଣ୍ଢିପିଣ୍ଡା ହେବାକୁ ପଡ଼ିଥିଲା। ଆଉ ଦୀର୍ଘ ତିନି ଦଶନ୍ଧିର ସଂଘର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଯୋଗୁ ସେ ଏବେ ବକେୟା ପେନ୍‌ସନ୍‌ ଟଙ୍କା ପାଇବାକୁ ଯାଉଛନ୍ତି। ପେନ୍‌ସନ୍‌ ବାବଦରେ ଏହି ବିଧବା ମହିଳା ଏକାଥରେ ପ୍ରାୟ ୧ କୋଟି ଟଙ୍କା ପାଇବେ।

ଭାରତୀୟ ସେନାରେ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରି ପରେ କଲୋନେଲ୍‌ ଜେନେରାଲ୍‌ ପଦବୀରୁ ଅବସର ନେଇଥିଲେ ଜେନେରାଲ୍‌ ବେଞ୍ଜମିନ୍‌। ୧୯୬୬ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ। ୧୯୯୦ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଜେନେରାଲ୍‌ ବେଞ୍ଜାମିନ୍‌ଙ୍କ ଦେହାନ୍ତ ପରେ କିନ୍ତୁ ତାହ୍କ ବିଧବା ପତ୍ନୀଙ୍କୁ ପେନ୍‌ସନ୍‌ ବନ୍ଦ ହୋଇଯାଇଥିଲା।

ପେନ୍‌ସନ୍‌ ପାଇବା ପାଇଁ ଜେନେରାଲ୍‌ ବେଞ୍ଜାମିନ୍‌ଙ୍କ ପତ୍ନୀ ହେବେ ବେଞ୍ଜାମିନ୍‌ ପ୍ରତିରକ୍ଷା ବିଭାଗ ବିଭାଗକୁ ଚିଠି ଲେଖିଥିଲେ। କିନ୍ତୁ ଏହାର କୌଣସି ଉତ୍ତର ମିଲି ନ ଥିଲା। ତେବେ ଏଥିରେ ଭାଙ୍ଗି ନ ପଡ଼ି ହେବେ ବେଞ୍ଜାମିନ୍‌ ଉଦ୍ୟମ ଜାରି ରଖିଥିଲେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କୁ ବାରମ୍ବାର ଅନୁରୋଧ ପତ୍ର ଦେବା ସହ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏପରିକି ବକେୟା ପେନ୍‌ସନ୍‌ ସହ ତାଙ୍କୁ ୫ମ, ୬ଷ୍ଠ ଓ ୭ମ କମିଶନର ସୁପାରିଶ ଅନୁସାରେ ବର୍ଦ୍ଧିତ ଅର୍ଥ ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ।
ଦୀର୍ଘ ଦିନର ପରିଶ୍ରମ ପରେ ହେବେଙ୍କୁ ଏବେ ସଫଳତା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ହେବେ ବେଞ୍ଜାମିନ୍‌ଙ୍କୁ ତାଙ୍କ ୨୯ ବର୍ଷର ବକେୟା ପେନ୍‌ସନ୍‌ ବାବଦକୁ ୭୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହ ଅନ୍ୟାନ୍ୟ ବକେୟା ବାବଦକୁ ସେ ଏକ କୋଟି ଟଙ୍କା ପାଇବେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2TfKdNW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages