ଭାଇଙ୍କ ପାଇଁ ପଦ୍ମଶ୍ରୀ ମନା କରିଦେଲେ ଗୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଭାଇଙ୍କ ପାଇଁ ପଦ୍ମଶ୍ରୀ ମନା କରିଦେଲେ ଗୀତା

ନୂଆଦିଲ୍ଲୀ: ପ୍ରଖ୍ୟାତ ପ୍ରବାସୀ ଭାରତୀୟ ଲେଖକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟାଙ୍କୁ କେନ୍ଦ୍ର ସରକାର ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ମନୋନୀତ କରିଥିଲେ। ତେବେ ନିର୍ବାଚନ ବର୍ଷରେ ଏଭଳି ପୁରସ୍କାରକୁ ଗୀତା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ।

ତେବେ ପୁରସ୍କାରକୁ ଅଗ୍ରାହ୍ୟ କରିବା ବେଳେ ଗୀତା ତାଙ୍କ ଭାଇ ନବୀନ ପଟ୍ଟନାୟକଙ୍କ କଥା ଚିନ୍ତା କରିଥିଲେ ବୋଲି କହିଛନ୍ତି। ସାନଭାଇ ନବୀନଙ୍କ ରାଜନୀତିକ କ୍ୟାରିୟରକୁ ଦୃଷ୍ଟିରେ ରଖି ଗୀତା ଏଭଳି ପଦକ୍ଷେପ ନେଇଥିବା ହିନ୍ଦୁସ୍ତାନ ଟାଇମସ୍‌ଙ୍କୁ ଦେଇଥିବା ସାକ୍ଷାତକାରରେ ପରୋକ୍ଷ ଢଙ୍ଗରେ କହିଛନ୍ତି।

ସେ କହିଛନ୍ତି, “ମୁଁ ଏବେ ହସ୍ପିଟାଲ୍‌ରେ ରହିଛି। ତେଣୁ କାହା ସହ କିଛି ଯୋଗାଯୋଗ କରିପାରୁ ନଥିଲି। ପଦ୍ମ ପୁରସ୍କାର ପାଇଁ ମୋ ନାଁକୁ ବିଚାରକୁ ନିଆଯାଇଛି ବୋଲି ଜାଣି ନଥିଲି। କିନ୍ତୁ ଗଣମାଧ୍ୟମରେ ମୁଁ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛି ବୋଲି ପ୍ରଥମେ ମୋ ସ୍ୱାମୀ ମୋତେ କହିଥିଲେ।

ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ମୋତେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏହି ପୁରସ୍କାର ପାଇଁ ମନୋନୀତ ହେବା ପରେ ମୁଁ ମୋ ଭାଇ ନବୀନ ପଟ୍ଟନାୟକଙ୍କ କଥା ଚିନ୍ତା କରିଥିଲି। ଏଭଳି ନିର୍ବାଚନ ବର୍ଷରେ ତାଙ୍କର ଏହି ପୁରସ୍କାରକୁ ନେଇ କିଛି କ୍ଷତି ହେଉ କିମ୍ବା କେହି ପ୍ରିୟାପ୍ରୀତି ତୋଷଣ ନୀତିରେ ମୋତେ ଏହି ପୁରସ୍କାର ମିଳିଛି ବୋଲି କହିବ ବୋଲି ଭାବି ବେଶ ଦୁଃଖର ସହ ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲି।

ତେବେ ମୋ ନାଁ ଗଣମାଧ୍ୟମରେ ପ୍ରକାଶ ପାଇବା ପୂର୍ବରୁ ମୁଁ କାହିଁକି ମନା କରିପାରିଲି ନାହିଁ, ତା’ହିଁ ପରିତାପର ବିଷୟ। ଜାତୀୟ ପୁରସ୍କାର ଚୟନକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ସୃଷ୍ଟି ହୋଇପାରେ। ଉଦାହରଣ ସ୍ୱରୂପ ‘ଭାରତ ରତ୍ନ’ ରବିଶଙ୍କରଙ୍କୁ ମିଳୁଥିବା ବେଳେ ବିଲାୟତ ଖାନ୍‌ଙ୍କୁ କାହିଁକି ମିଳିବ ନାହିଁ?”

ଗଣମାଧ୍ୟମରେ ତାଙ୍କୁ ବିଦେଶୀ ବୋଲି କୁହାଯାଉଥିବାରୁ ଗୀତା କହିଛନ୍ତି, “ମୁଁ ଜଣେ ଭାରତୀୟ ନାଗରିକ। ଆଜି ଯାଏ ଆଉ କୌଣସି ପାସପୋର୍ଟ କିମ୍ବା ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିନାହିଁ।”



from Odisha Reporter http://bit.ly/2B7UlkZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages